ତିର୍ତ୍ତୋଲ ବିଧାୟକ  ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା । ବିବାହ ଆବେଦନକୁ ଖାରଜ କଲେ କଟକ ସବରେଜିଷ୍ଟ୍ରାର କୋର୍ଟ।

188

କନକ ବ୍ୟୁରୋ:  ତିର୍ତୋଲ ବିଧାୟକ  ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା ଲାଗିଛି । ବିବାହ ଆବେଦନକୁ କଟକ ସବରେଜିଷ୍ଟ୍ରାର କୋର୍ଟ ଖାରଜ କରିଦେଇଛନ୍ତି । ବିବାହ ଆବେଦନରେ ଭୁଲ ତଥ୍ୟ ଦେଇଥିବା ଆଧାରରେ କୋର୍ଟ ଆବେଦନକୁ ଖାରଜ କରିଛନ୍ତି । ବିଜୟ ଶଙ୍କର ଭୁଲ ତଥ୍ୟ ଦେଇଥିବା ନେଇ କୋର୍ଟଙ୍କୁ ଜଣାଇଥିଲେ ବିଜୟଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା । ଆବେଦନରେ ବିଜୟଶଙ୍କର ବିବାହ କରିବାକୁ ଥିବା ଯୁବତୀ ଅବିବାହିତା ବୋଲି ଦର୍ଶାଇଥିଲେ । କିନ୍ତୁ ସଂପୃକ୍ତ ଯୁବତୀ ବିବାହିତା ଓ ବିଜୟଶଙ୍କର କୋର୍ଟରେ ଭୁଲ ତଥ୍ୟ ଦେଇଛନ୍ତି ବୋଲି ସୋମାଲିକା ତଥ୍ୟ ଦାଖଲ କରିଥିଲେ । ସୋମାଲିକାଙ୍କ ଏହି ଅଭିଯୋଗକୁ ଗୁରୁତର ସହ ନେଇଥିଲେ ବିବାହ ପଂଜୀକରଣ ଅଧିକାରୀ । ସେ ପ୍ରମାଣ ଦାଖଲ ପାଇଁ ସୋମାଲିକାକୁ ନିର୍ଦ୍ଦେଶ ଦେଇଥିଲେ । ସୋମାଲିକା ଏ ନେଇ ତଥ୍ୟ ପ୍ରମାଣ ଦାଖଲ କରିଥିଲେ ।

ତଥ୍ୟ ପ୍ରମାଣ ଯାଂଚ କରିବା ପରେ ବିଜୟ ଶଙ୍କର ଓ ସଂପୃକ୍ତ ଯୁବତୀଙ୍କ ସ୍ୱାମୀଙ୍କୁ ହାଜର ପାଇଁ ନୋଟିସ  ଦିଆଯାଇଥିଲା । ହେଲେ ବିଜୟ ଶଙ୍କର ହାଜର ହୋଇନଥିଲେ । ସଂପୃକ୍ତ ଯୁବତୀଙ୍କ ସ୍ୱାମୀ ହାଜର ହୋଇ ତଥ୍ୟ ପ୍ରମାଣ ଦାଖଲ କରିଥିଲେ । ଆଉ ଏହି ପ୍ରମାଣ ଆଧାରରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆବେଦନରେ ତ୍ରୁଟି ଦର୍ଶାଇ ବିଜୟଶଙ୍କରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କଟକ ସବରେଜିଷ୍ଟ୍ରାର କୋର୍ଟ । ତେବେ ଆବଶ୍ୟକୀୟ ସଂଶୋଧନ ସହ ବିଜୟଶଙ୍କର ପୁଣି ବିବାହ ପାଇଁ  ଆବେଦନ କରିପାରିବେ ବୋଲି ଜଣାପଡିଛି ।