କନକ ବ୍ୟୁରୋ : ଗୁରୁତର ବିଦ୍ୟୁତ ବିଭ୍ରାଟ ଯୋଗୁଁ କଟକ ବଡ ମେଡିକାଲ୍ର ସେଣ୍ଟ୍ରାଲ୍ ଆଇସିୟୁ ଓ ଟ୍ରମା ଆଇସିୟୁ ତିନି ଘଣ୍ଟାରୁ ଅଧିକ ସମୟ ଅନ୍ଧାରରେ ରହିଥିବା ଘଟଣା ସାମନାକୁ ଆସୁଛି । ଆଇସିୟୁ ମନିଟର ଦୀର୍ଘ ସମୟ ଧରି ଅଚଳ ହୋଇ ପଡିଛି। ଏହି ସମୟରେ ଡିଜି ବି କାମ ନ ଦେବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ଗୁରୁତର ରୋଗୀଙ୍କ ସମସ୍ୟା ବଢି ଯାଇଥିଲେ ବି କୌଣସି ପ୍ରକାଣ ଅଘଟଣ ଘଟି ନଥିବା ବଡ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି। ଅସ୍ଥାୟୀଭାବେ ସେସୁ ପକ୍ଷରୁ ଆଇସିୟୁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲେ ବି ରାତି ୭ଟା ପର୍ଯ୍ୟନ୍ତ ଡିଜିରେ ଆଇସିୟୁ ଚାଲିଥିଲା।
/kanak/media/post_attachments/wp-content/uploads/2018/09/b-6.jpg) ଶଲ୍ୟବିଭାଗରୁ ଅସ୍ଥାୟୀ ବିଦ୍ୟତ୍ ସଂଯୋଗ ଅଣାଯାଇ ଟ୍ରମା ବିଲଡିଂରେ ବିଦ୍ୟୁତ୍ ସେବାକୁ ସ୍ୱଭାବିକ କରିବାକୁ ଯୋଜନା ଚାଲିଥିବା କନିଷ୍ଠ ଯନ୍ତ୍ରୀ(ଜିଇଡି) ସୂଚନା ଦେଇଛନ୍ତି। ଅନ୍ୟପଟେ ଏଭଳି ବିଦ୍ୟୁତ୍ ସମସ୍ୟା ଓ ଅଚଳ ସ୍ଥିତିକୁ ନେଇ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ସେସୁ ଓ ଜିଇଡିକୁ ଚିଠି ଲେଖିଛନ୍ତି। କଣ କଲେ ଆଇସିୟୁ, ଭେଣ୍ଟିଲେଟର ଭଳି ଅତି ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ପ୍ରତିକାର ହେବ ସେ ସଂପର୍କରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଆଲୁମିନିୟମ୍ କେବୁଲରେ ପାଣି ପଶିଯିବାରୁ ୨ଟି କେବୁଲ ଅଚଳ ହୋଇପଡିଛି ଏବଂ ବର୍ଷା ଲାଗି ରହିଥିବାରୁ ମରାମତି କାମ ହୋଇ ପାରୁ ନଥିବା ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଶଲ୍ୟବିଭାଗରୁ ଅସ୍ଥାୟୀ ବିଦ୍ୟତ୍ ସଂଯୋଗ ଅଣାଯାଇ ଟ୍ରମା ବିଲଡିଂରେ ବିଦ୍ୟୁତ୍ ସେବାକୁ ସ୍ୱଭାବିକ କରିବାକୁ ଯୋଜନା ଚାଲିଥିବା କନିଷ୍ଠ ଯନ୍ତ୍ରୀ(ଜିଇଡି) ସୂଚନା ଦେଇଛନ୍ତି। ଅନ୍ୟପଟେ ଏଭଳି ବିଦ୍ୟୁତ୍ ସମସ୍ୟା ଓ ଅଚଳ ସ୍ଥିତିକୁ ନେଇ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ସେସୁ ଓ ଜିଇଡିକୁ ଚିଠି ଲେଖିଛନ୍ତି। କଣ କଲେ ଆଇସିୟୁ, ଭେଣ୍ଟିଲେଟର ଭଳି ଅତି ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ପ୍ରତିକାର ହେବ ସେ ସଂପର୍କରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଆଲୁମିନିୟମ୍ କେବୁଲରେ ପାଣି ପଶିଯିବାରୁ ୨ଟି କେବୁଲ ଅଚଳ ହୋଇପଡିଛି ଏବଂ ବର୍ଷା ଲାଗି ରହିଥିବାରୁ ମରାମତି କାମ ହୋଇ ପାରୁ ନଥିବା ଯନ୍ତ୍ରୀ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/scb-medical.jpg)