କନକ ବ୍ୟୁରୋ : କୋଭିଡ ହସ୍ପିଟାଲ ଭିତରେ ରୋଗୀଙ୍କ ଅବସ୍ଥା କେମିତି ଅଛି, ସେନେଇ ସଂପର୍କୀୟଙ୍କୁ ସୂଚନା ଦିଆଯାଉନଥିବା ସାଂଘାତିକ ଅଭିଯୋଗ ହୋଇଛି । ମହାମାରୀ କରୋନାର ସଂକ୍ରମଣ ଭୟରେ କୋଭିଡ ହସ୍ପିଟାଲକୁ କାହାରିକୁ ଛଡା ଯାଉନାହିଁ । ହେଲେ ବାହାରେ ଥିବା ରୋଗୀଙ୍କ ସଂପର୍କୀୟଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ବାବଦରେ ନିୟମିତ ସୂଚନା ଦେବାକଥା । ଏପରିକି ମୋବାଇଲ ନମ୍ବରରେ ମଧ୍ୟ କୌଣସି ସୂଚନା ଦିଆଯାଉନଥିବା ଅଭିଯୋଗ କରି ଆସନ୍ତୋଷ ଝାଡିଛନ୍ତି ରୋଗୀଙ୍କ ସଂପର୍କୀୟ । କଟକ ଏସସିବି କୋଭିଡ ହସ୍ପିଟାଲ ବାହାରେ ଆଜି ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି । ପ୍ରବଳ ପାଟିତୁଣ୍ଡ କରିଛନ୍ତି କରୋନା ଆକ୍ରାନ୍ତଙ୍କ ସଂପର୍କୀୟ ।

Advertisment