ଗଞ୍ଜେଇ ବେପାରକୁ କେନ୍ଦ୍ର କରି କଟକର ନରସିଂହପୁରରେ ୨ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ : ଜଣେ ମୃତ,ଜଣେ ଗୁରୁତର

ଗଞ୍ଜେଇ ବେପାରକୁ କେନ୍ଦ୍ର କରି କଟକର ନରସିଂହପୁରରେ ୨ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ : ଜଣେ ମୃତ,ଜଣେ ଗୁରୁତର

souce dailythanthi.com

କନକ ବ୍ୟୁରୋ : କଟକରେ ଗୋଷ୍ଠୀ ସଂଘର୍ଷ ହୋଇ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗର୍ତ ମାଣିଆବନ୍ଧା ଓ ବିନ୍ଧାରିଆ ଗାଁର ଦୁଇ ଅସାମାଜିକ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନରସିଂହପୁରର ନୂଆପାଟଣା ବଜାରରେ ମାଣିଆବନ୍ଧା ଓ ବିନ୍ଧାରିଆ ଗାଁର ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

publive-imageବିଶେଷ କରି ଗଞ୍ଜେଇ ଚୋରା ବେପାରକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଗାଁକୁ ଫେରିବା ପରେ ଦୁଇଗେଷ୍ଠୀ ପରସ୍ପରକୁ ମୋବାଇଲ ଫୋନ୍‌ରେ ଚାଲେଞ୍ଜ ଦେଇ ଗଣ୍ଡଗୋଳ ପାଇଁ ଆହ୍ଵାନ ଦେଇଥିଲେ। ତେବେ ବିଳମ୍ବିତ ରାତିରେ ବିନ୍ଧାରିଆ ଗାଁର କେତେକ ଯୁବକ ଆସି ମାଣିଆବନ୍ଧ ଗାଁରେ ପହଞ୍ଚିବା ପରେ ଗଣ୍ଡଗୋଳ ବଢ଼ିଯାଇଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ବୋମାମାଡ଼ କରିବା ସହିତ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏଥିରେ ବିନ୍ଧାରିଆ ଗ୍ରାମର ବିକାଶ ସାହୁ(୨୫ ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଇନ୍ଦ୍ରମଣି ସେଠ୍‌ ବୋମାମାଡ଼ରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe