ରାଜ୍ୟରେ ୨୪ ଘଂଟାରେ ୪୩,୭୬୮ଟି ନମୁନା ପରୀକ୍ଷା : ଚିହ୍ନଟ ହେଲେ ୭୨୧୬ ନୂଆ ସଂକ୍ରମିତ; କଟକରୁ ସର୍ବାଧିକ ୧୦୯୧ ଆକ୍ରାନ୍ତ, ଖୋର୍ଦ୍ଧାରୁ ୮୦୯

270

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟା ଭିତରେ ୭ହଜାର ୨୧୬ ନୂଆ ସଂକ୍ରମିତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୪ହଜାର ୪୧ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩ହଜାର ୧୭୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ ୧୦୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୮୦୯, ଅନୁଗୁଳରୁ ୪୦୯ଜଣ, ବାଲେଶ୍ୱରରୁ ୨୧୫ ଜଣ, ବରଗଡ଼ରୁ ୩୩୧ ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରରୁ ୧୩୦ ଜଣ, ବୌଦ୍ଧରୁ ୧୪୮ଜଣ, ଦେବଗଡ଼ରୁ ୬୮ ଜଣ, ଢେଙ୍କାନାଳରୁ ୪୨୮ଜଣ, ଗଜପତିରୁ ୩୮ ଜଣ, ଗଞ୍ଜାମରୁ ୧୫୦ ଜଣ, ଜଗତସିଂହପୁରରୁ ୧୮୩ ଜଣ, ଯାଜପୁରରୁ ୨୪୧ ଜଣ, ଝାରସୁଗୁଡ଼ାରୁ ୬୪ ଜଣ, କଳାହାଣ୍ଡିରୁ ୧୫୦ ଜଣ, କନ୍ଧମାଳରୁ ୧୦୧ ଜଣ, କେନ୍ଦ୍ରାପଡ଼ାରୁ ୪୮୭ଜଣ, କେଉଁଝରରୁ ୭୨ଜଣ, ଖୋର୍ଦ୍ଧାରୁ ୮୦୯ ଜଣ, କୋରାପୁଟରୁ ୨୨୦ ଜଣ, ମାଲକାନଗିରିରୁ ୧୩୫ଜଣ, ମୟୁରଭଞ୍ଜରୁ ୨୭ଜଣ, ନବରଙ୍ଗପୁରରୁ ୨୪୨ ଜଣ, ନୟାଗଡ଼ରୁ ୧୬୪ଜଣ, ନୂଆପଡ଼ାରୁ ୬୬ ଜଣ, ପୁରୀରୁ ୧୧୦ ଜଣ, ରାୟଗଡ଼ାରୁ ୨୪୬ ଜଣ, ସମ୍ୱଲପୁରରୁ ୨୪୧ଜଣ, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୧୮୪ ଓ ଷ୍ଟେଟ ପୁଲରୁ ୧୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୩୯,୯୫୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୬,୩୫,୧୭୯ ଜଣ ସୁସ୍ଥ ହୋଇଛନ୍ତି। |ଏବେ ବି ୧, ୦୨, ୦୭୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।