କଟକ ନାବାଳିକା ଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବୟାନ ରେକର୍ଡ । ତଦନ୍ତ ପାଇଁ ଗଢାହେଲା ସ୍ୱତନ୍ତ୍ର ଟିମ୍ । ଜଣେ ଗିରଫ, ଅନ୍ୟ ଜଣଙ୍କୁ ଖୋଜୁଛି ପୋଲିସ ।

1,218

କନକ ବ୍ୟୁରୋ: କଟକ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି କମିଶନରେଟ୍ ପୁଲିସ । ଆଜି ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜୋରଦାର କରିଛି ଅଭିଯାନ ।

ଗକତାଲି ଗତିରାଉତ ପାଟଣାର ଏକ ଫାର୍ମରେ ନାବାଳିକାଙ୍କୁ ଦୀର୍ଘ ୨୨ ଦିନ ଧରି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ସହ ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ସହାୟତାରେ ନାବାଳିକାକୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରିବା ପରେ ସିଡବ୍ଲୁସି ନିକଟରେ ନାବାଳିକା ତାଙ୍କ ସହ ଘଟିଥିବା ନାରକୀୟ କାଣ୍ଡ ବିଷୟରେ ବର୍ଣ୍ଣନା କରିଛନ୍ତି । ଆଉ ବୟାନ ରେକର୍ଡ ପରେ ଥାନାରେ ଏତଲା ଦେବାକୁ ସିଡବ୍ଲସି ନିର୍ଦ୍ଦେଶ ଦେଇଥିଲେ । ତେବେ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।