କଟକରେ ଜିତିବ କିଏ? ଫଟୋରେ ଫଟୋରେ ଦେଖନ୍ତୁ କଟକ ରାଜନୀତିର ଟିକିନିକି ତଥ୍ୟ

443

କନକ ବ୍ୟୁରୋ : କଟକରେ ହେବ କଡା ଟକ୍କର । ବିଜେଡିର ଗଡ ରହି ଆସିଥିବା କଟକ ଲୋକସଭା ଆସନରେ ଚଳିତ ଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ୧୯୯୮ରୁ ଲଗାତାର କଟକରୁ ବିଜେଡି ବିଜୟ ଲାଭ କରି ଆସୁଥିବା ବେଳେ ଚଳିତ ଥର ମଧ୍ୟ ପୁରୁଣା ସିପାହୀ ଭର୍ତ୍ତୃହରିଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ସେହିଭଳି ବିଜେଡିକୁ ଟକ୍କର ଦେବାକୁ ବିଜେପି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି । ସେହିଭଳି କଂଗ୍ରେସ ରାଜ୍ୟ ରାଜ୍ୟନୀତିର ଅଭିଜ୍ଞ ତଥା ପୁରୁଖା ଖେଳାଳି ପଞ୍ଚାନନକୁ ମୈଦାନକୁ ଓହ୍ଲାଇ କଡା ଟକ୍କର ଦେବାକୁ ରଣନୀତି କରିଛି । ଏସବୁ ଭିତରେ କଟକବାସୀଙ୍କ ବିଶ୍ୱାସ ଓ ଭରସା କିଏ ଜିତି ପାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

କଟକ-ବାରବାଟୀରେ କିଏ ଉଡାଇବ ବିଜୟ ବାନା ? ବିଜେଡିକୁ ହ୍ୟାଟ୍ରିକ ବିଜୟ ଦେବା ଲକ୍ଷ୍ୟରେ ପୁଣି ମୈଦାନରେ ଦେବାଶିଷ, ବିଜେପି ପୁରୁଣା ସିପାହୀଙ୍କ ଧରି ପୁଣି ଥରେ ଗଡ ଅକ୍ତିଆର କରିବାକୁ କରୁଛି ଷ୍ଟ୍ରାଟେଜି । କଂଗ୍ରେସର ପାଇଁ ନିର୍ବାଚନ କୁରୁକ୍ଷେତ୍ରରେ ମହମ୍ମଦ ମୋକ୍କିମ ।

କଟକ-ବାରବାଟୀ ଦୁର୍ଗ ସମ୍ଭାଳିବାକୁ ମୈଦାନରେ ଦେବାଶିଷ । ଏଥର ଜିତିପାରିବେ ତ ଭୋଟରଙ୍କ ଭରସା

କଟକ-ବାରବାଟୀରେ ବିଜେପିର ସିପାହୀ ସାଜିଛନ୍ତି ସମୀର । ଜାଣନ୍ତୁ ସମୀରଙ୍କ ରାଜନୈତିକ କ୍ୟାରିୟରର କିଛି କଥା

କଟକ-ବାରବାଟୀ ଆସନରେ କଂଗ୍ରେସ ଟିକେଟରୁ ମୈଦାନରେ ମହମ୍ମଦ ମୋକିମ ।

କଟକ ଗଡରେ ପୁଣିଥରେ ବିଜେଡିର ବିଜୟ ବାନା ଉଡାଇବାକୁ ମୈଦାନରେ ଭର୍ତ୍ତୃହରି । ଜାଣନ୍ତୁ କେମିତି ରହିଥିଲା ତାଙ୍କର ରାଜନୈତିକ କ୍ୟାରିୟର

ଦିଲ୍ଲୀ ଲଢେଇ ପାଇଁ କଟକର ବିଜେପି ସିପାହୀ ପ୍ରକାଶ । ଜାଣନ୍ତୁ ତାଙ୍କ ବିଷୟରେ କିଛି

କଟକ ଆସନରେ କଂଗ୍ରେସର କମାଣ ଧରିଛନ୍ତି ପଞ୍ଜାନନ । ଜାଣନ୍ତୁ କିଭଳି ରହିଛି ତାଙ୍କର ରାଜନୈତିକ କ୍ୟାରିୟର

ବଡମ୍ବାରେ ବାଜି ମାରିବ କିଏ । ବିଜେଡିର ଗଡ ରହିଛି ବଡମ୍ବା । ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ଲଗାତାର ଏହି ଆସନରେ ଜିତି ଆସୁଛି ବିଜେଡି । କମବ୍ୟାକ୍ କରିବାକୁ ନୂଆ ମୁହଁଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି ଓ କଂଗ୍ରେସ ।

ବଡମ୍ବାରେ ବିଜେଡିକୁ ବଡ ବିଜୟ ଦେବା ପାଇଁ ମୈଦାନରେ ଦେବୀ ପ୍ରସାଦ । ଜାଣନ୍ତୁ କେମିତି ରହିଛି ଦେବୀଙ୍କ ରାଜନୈତିକ କ୍ୟାରିୟର

କାହାର ହେବ ଆଠ‘ଗଡ’? ଦୀର୍ଘ ବର୍ଷ ଧରି ବିଜେଡିର ଅଭେଦ୍ୟ ଦୁର୍ଗ ରହିଛି ଆଠଗଡ । ବିଜୟ ବାନା ଉଡାଇବାକୁ କଂଗ୍ରେସ ଓ ବିଜେପିର ନୂଆ ଷ୍ଟ୍ରାଟେଜି ।

ଆଠଗଡବାସୀଙ୍କ ଭରସା ଜିତିପାରିବେ କି ରାଜା? ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି ଝଲକ

ଖଣ୍ଡପଡାବାସୀଙ୍କ ଭରସା ଜିତିବ କିଏ? ଗତ ୪ଟି ନିର୍ବାଚନରେ ବିଜେଡି ୩ ଥର ବାଜି ମାରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଥରେ ଉଡାଇଛନ୍ତି ବିଜୟ ଧ୍ୱଜା । ବିଜୟ ପାଇଁ କଂଗ୍ରେସ ଓ ବିଜେପି ଆପଣାଇଛନ୍ତି ନୂଆ ରଣନୀତି ।

ଚୌଦ୍ୱାର-କଟକରେ କାହାର ଚମକିବ ଭାଗ୍ୟ? ଗତ ୪ଟି ନିର୍ବାଚନରୁ ୩ଟିରେ ବିଜୟ ସହ ବିଜେଡିର ଗଡରେ ପରିଣତ ହୋଇଛି ଚୌଦ୍ୱାର କଟକ । ଏଯାଏଁ ଏହି ଆସନରେ ଖାତା ଖୋଲିପାରିନାହିଁ ବିଜେପି । ୧୯ ବର୍ଷ ପରେ କମବ୍ୟାକ୍ କରିବାକୁ କଂଗ୍ରେସର ନୂଆ ରଣନୀତି ।

କଟକ ସଦର ସିଂହାସନରେ ବସିବ କିଏ? ତୃତୀୟ ବିଜୟ ଲକ୍ଷ୍ୟରେ ବିଜେଡି, ଦେଢ ଦଶନ୍ଧି ପରେ ପୁଣିଥରେ ପଦ୍ମ ଫୁଟାଇବାକୁ ବିଜେପିର ଜୋରଦାର ଉଦ୍ୟମ । କଂଗ୍ରେସ ନିଜ ଗଡକୁ କମବ୍ୟାକ୍ କରିବାକୁ ଖୋଜୁଛି ବାଟ ।