କଟକ ପୁଲିସ ଅଫିସର୍ସ କ୍ଲବରେ ତାଲା ପକାଇଲା ପୁଲିସ ; ବେଆଇନ ଭାବେ ମଣ୍ଡପ କରି ଅବସରପ୍ରାପ୍ତ କର୍ମଚାରୀ ଟଙ୍କା ରୋଜଗାର କରୁଥିବା ଅଭିଯୋଗ

Advertisment
କଟକ ପୁଲିସ ଅଫିସର୍ସ କ୍ଲବରେ ତାଲା ପକାଇଲା ପୁଲିସ ; ବେଆଇନ ଭାବେ ମଣ୍ଡପ କରି ଅବସରପ୍ରାପ୍ତ କର୍ମଚାରୀ ଟଙ୍କା ରୋଜଗାର କରୁଥିବା ଅଭିଯୋଗ

କନକ ବ୍ୟୁରୋ: ପୋଲିସ କ୍ଲବକୁ ତାଲା ପକାଇଲା ପୋଲିସ। ବେଆଇନ ଭାବେ ପୋଲିସ କ୍ଲବକୁ ବ୍ୟବହାର କରାଯାଉଥିବା ଅଭିଯୋଗରେ ପୁଲିସ କାର୍ୟ୍ୟାନୁଷ୍ଠାନ ନେଇଛି । କଟକ ସିଡିଏ ବେଲଭ୍ୟୁ ଛକରେ ଥିବା ପୋଲିସ କ୍ଲବକୁ ତାଲା ପକାଇ ବନ୍ଦ କରାଯାଇଛି ।

ପୁଲିସ ଅଫିସର୍ସ ସଂଘ ପକ୍ଷରୁ କରାଯାଇଥିବା କ୍ଲବ ବେଆଇନ ଭାବେ ଚାଲିଥିବା ଅଭିଯୋଗରେ କିଛି ପୁଲିସ କର୍ମଚାରୀ ତାଲା ପକାଇ ବନ୍ଦ କରିଦେଇଛନ୍ତି । ୨୦୧୬ ମସିହାରୁ ଅଫିସର୍ସ ସଂଘ ନଥିବାବେଳେ ଜଣେ ଅବସରପ୍ରାପ୍ତ କର୍ମଚାରୀ ବେଆଇନ ଭାବେ ଏହାକୁ ବିବାହ ଓ ଅନ୍ୟ ଉତ୍ସବ ପାଇଁ ଭଡାରେ ଲଗାଇ ଅର୍ଥ ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଏନେଇ ଲାଲବାଗ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe