କନକ ବ୍ୟୁରୋ: ପୋଲିସ କ୍ଲବକୁ ତାଲା ପକାଇଲା ପୋଲିସ। ବେଆଇନ ଭାବେ ପୋଲିସ କ୍ଲବକୁ ବ୍ୟବହାର କରାଯାଉଥିବା ଅଭିଯୋଗରେ ପୁଲିସ କାର୍ୟ୍ୟାନୁଷ୍ଠାନ ନେଇଛି । କଟକ ସିଡିଏ ବେଲଭ୍ୟୁ ଛକରେ ଥିବା ପୋଲିସ କ୍ଲବକୁ ତାଲା ପକାଇ ବନ୍ଦ କରାଯାଇଛି ।
ପୁଲିସ ଅଫିସର୍ସ ସଂଘ ପକ୍ଷରୁ କରାଯାଇଥିବା କ୍ଲବ ବେଆଇନ ଭାବେ ଚାଲିଥିବା ଅଭିଯୋଗରେ କିଛି ପୁଲିସ କର୍ମଚାରୀ ତାଲା ପକାଇ ବନ୍ଦ କରିଦେଇଛନ୍ତି । ୨୦୧୬ ମସିହାରୁ ଅଫିସର୍ସ ସଂଘ ନଥିବାବେଳେ ଜଣେ ଅବସରପ୍ରାପ୍ତ କର୍ମଚାରୀ ବେଆଇନ ଭାବେ ଏହାକୁ ବିବାହ ଓ ଅନ୍ୟ ଉତ୍ସବ ପାଇଁ ଭଡାରେ ଲଗାଇ ଅର୍ଥ ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଏନେଇ ଲାଲବାଗ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/5-25.jpg)