ଜୀବନର ଶେଷ ପାହାଚରେ ବି ଅଲୋଡା ଜନ୍ମଦାତା। ଗୁରୁତର ଅବସ୍ଥାରେ ମେଡିକାଲରେ ପଡିଥିବା ବାପାକୁ ଚିହ୍ନି ନାହିଁ କହି ଫୋନ କାଟି ଦେଲା ପୁଅ। ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସିରାଜଉଦ୍ଦିନ

Advertisment
ଜୀବନର ଶେଷ ପାହାଚରେ ବି ଅଲୋଡା ଜନ୍ମଦାତା। ଗୁରୁତର ଅବସ୍ଥାରେ ମେଡିକାଲରେ ପଡିଥିବା ବାପାକୁ ଚିହ୍ନି ନାହିଁ କହି ଫୋନ କାଟି ଦେଲା ପୁଅ। ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସିରାଜଉଦ୍ଦିନ

କନକ ବ୍ୟୁରୋ: ପୁଅଝିଅଙ୍କୁ ଦୁନିଆର ଆଲୋକ ଦେଖାନ୍ତି ବାପା, ମା’। ସେମାନଙ୍କ ହାତ ଧରି ବାଟ ଚାଲିବା ଶିଖାନ୍ତି। ନିଜ ଗୋଡ଼ରେ ଠିଆ କରିବା ପାଇଁ ଜୀବନକୁ ବାଜି ଲଗାଇବା ସହ ସମସ୍ତ ରୋଜଗାରକୁ ପାଣି ଭଳି ବୁହାଇ ଦିଅନ୍ତି। ମାତ୍ର ପରିଣତ ବୟସରେ ପିଲାମାନଙ୍କ ପାଇଁ ଅଲୋଡ଼ା ହୋଇଯାଆନ୍ତି। ଏପରି ଅନେକ ଉଦାହରଣ ଥିବା ବେଳେ ଏମିତି ଏକ ଘଟଣା କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ବରିଷ୍ଠ ନାଗରିକ ସିରାଜଉଦ୍ଦିନ (୭୫)ଙ୍କ ସହ ଘଟିଛି।

publive-image

ପୁଅବୋହୂଙ୍କ ନିର୍ଯାତନା ଅସହ୍ୟ ହେବାରୁ ସିରାଜଉଦ୍ଦିନ ଘର ଛାଡ଼ି ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା ହାଉସିଂ କଲୋନିରେ ରହୁଥିଲେ। ପଡ଼ୋଶୀମାନେ ତାଙ୍କର ଖାଇବା ପିଇବା କଥା ବୁଝୁଥିଲେ। କିନ୍ତୁ ଗତକାଲି ରାତି ପ୍ରାୟ ୯ଟା ବେଳେ ସେ ପାଇଖାନା ଯାଇଥିବା ବେଳେ ତଳେ ପଡ଼ି ଗୁରୁତର ହୋଇପଡ଼ିଥିଲେ। ପଡ଼ୋଶୀମାନେ ଏ ସଂପର୍କରେ ପୁଲିସ କଣ୍ଟ୍ରୋଲ ରୁମ୍କୁ ଜଣାଇଥିଲେ।

publive-image

ଖବର ପାଇ ପିସିଆର୍ ପୁଲିସ ଅଧିକାରୀ କାଶୀନାଥ ଦାଶ ଓ ଅନ୍ୟ ପୁଲିସ କର୍ମଚାରୀମାନେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ଶ୍ରୀ ଦାଶ ତାଙ୍କ ଦୁଇ ପୁଅ ଓ ବୋହୂଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। ମାତ୍ର ସେମାନେ ବାପାଙ୍କୁ ଚିହ୍ନି ନଥିବା କହି ଫୋନ୍ କାଟି ଦେଇଥିଲେ। ଅପରପକ୍ଷେ ସିରାଜଉଦ୍ଦିନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ତାଙ୍କ ଭଉଣୀଙ୍କ ହେପାଜତରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe