କନକ ବ୍ୟୁରୋ : ଜଙ୍ଗଲରୁ ଉଦ୍ଧାର ହେଲା ଗଳିତ ଶବ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଏହି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଜଲ୍ଲାରପୁର ଜଙ୍ଗଲରେ । ମୃତ ଯୁବକ ଜଣଙ୍କ ହେଲେ ଜଗନ୍ନାଥ ଆପଟ । ସେ ୩ ଦିନ ଧରି ନିଖୋଜ ଥବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଜଲ୍ଲାରପୁର ଛକରେ ଚାପା ଉତେଜନା ଦେଖାଦେଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଜଙ୍ଗଲରୁ ଉଦ୍ଧାର ହେଲା ଗଳିତ ଶବ : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
/kanak/media/post_attachments/wp-content/uploads/2021/03/dead-body.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)