କଟକ ପୁରୀଘାଟ ଥାନାରେ ଭଙ୍ଗାରୁଜା ପାଇଁ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ବିଳମ୍ବିତ ରାତିରେ ଗିରଫ କଲା ପୁଲିସ

କଟକ ପୁରୀଘାଟ ଥାନାରେ ଭଙ୍ଗାରୁଜା ପାଇଁ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ବିଳମ୍ବିତ ରାତିରେ ଗିରଫ କଲା ପୁଲିସ

କନକ ବ୍ୟୁରୋ : କଟକ ପୁରୀଘାଟ ଥାନାରେ ଭଙ୍ଗାରୁଜା ଘଟଣାରେ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ଗିରଫ କରିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ତାଭ୍କ ଘରେ ପହଂଚି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହାସହ ୪ଜଣ କର୍ପୋରେଟର ଓ ୨୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ବି ଗିରଫ କରାଯାଇଛି । ମଙ୍ଗଳବାର ଦିନ ପୁରୀ ଘାଟ ଥାନାରେ ତୁମୁଳକାଣ୍ଡ କରିଥିଲେ କଂଗ୍ରେସକର୍ମୀ । ଜଣେ ୱେରଂଟିଙ୍କୁ ଗିରଫ କରିବାକୁ ନେଇ ଉତେଜନା ଦେଖାଦେଇଥିଲା । ଏହି ମାମଲାରେ ପୁଲିସ ମହମ୍ମଦ ମୋକିମଙ୍କୁ ଗିରଫ କରିଛି । ତେବେ ମୋକିମ ଗିରଫ ହେବାପରେ ବର୍ତ୍ତମାନ ସମୟରେ କେଉଁ ସ୍ଥାନରେ ଅଛନ୍ତି ତାହା ଜଣାପଡିନାହିଁ ।

 publive-imageତେବେ ଗତ ମଙ୍ଗଳବାର ପୁରୀଘାଟ ଥାନରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଛନ୍ତି ମୋକିମ । ସେବି ସମୟରେ ଜଣେ ୱାରେଣ୍ଟିକୁ ଗିରଫ କରିବାକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ତେବେ ମୋକିମ ଗିରଫ ହେବାପରେ ସେଠାରେ କଂଗ୍ରେସ କର୍ମୀମାନେ ପାଟିତୁଣ୍ଟ କରିବା ସହ ଗିରଫକୁ ବିରୋଧ କରିଥିଲେ । ଗିରଫ ହେବାପରେ ମୋକିମ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କଟକରେ ପୋଲିସ ଲୋକମାନଙ୍କ ସହ ଯେପରି ଭାବରେ ରହିବା କଥା ତାହା ରଖିନାହିଁ । ଏପରିକି ଜଣେ ଓକିଲଙ୍କୁ ରାଜରାସ୍ତାରେ ପୋଲିସ ନିସ୍ତୁକ ମାଡ ମାରିଥିଲେ । ଏହାସହ ରାତିଅଧରେ କଂଗ୍ରେସର ଜଣେ ମହିଳା କର୍ପୋରେଟରଙ୍କୁ ଥାନାରେ ଆଣି ଖରାପ ବ୍ୟବହାର ଦେଖାଇବା ଭଳି କାମ ହୋଇଛି । ତେବେ ଏହା ଜଣା ପଡିବା ପରେ ଆମେ ମାନେ ଆନ୍ଦୋଳନ କରିଥିଲୁ । ସେଥିପାଇଁ ମତେ ଗିରଫ କରାଯାଇଛି । ତେବେ ଲୋକମାନେ ଏହାର ସଠକ ଜବାବ ଦେବେ ବୋଲି ମୋକିମ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe