କନକ ବ୍ୟୁରୋ : ନାମଫଳକ ବିବାଦ ଓ ନିଗମର ନିର୍ବାହଯନ୍ତ୍ରୀ କର୍ପୋରେଟଙ୍କୁ ଦୁର୍ବ୍ୟବହାର ପ୍ରତିବାଦ । ସାରା ରାତି ସିଏମସି ଅଫିସ ଆଗରେ ଆନ୍ଦୋଳନରେ ବସିଛନ୍ତି ବିରୋଧୀ ବିଜେପି-କଂଗ୍ରେସ କର୍ପୋରେଟଙ୍କ ସହ ବିଧାୟକ ମହମ୍ମଦ ମୋକିମ ସାମିଲ । ସେହିପରି ସିଏମସି ଅଫିସ ଭିତରେ ଧାରଣାରେ ବସିଛନ୍ତି ବିଜେଡି କର୍ପୋରେଟର ଏବଂ ମେୟର । କିଛି ନିର୍ଦ୍ଦିଷ୍ଟ ଯନ୍ତ୍ରୀଙ୍କୁ ସୁହାଇଳା ଭଳି କାମ ଦେବା ଓ ଉଦଘାଟନୀ ଫଳକରେ ସ୍ଥାନୀୟ ବିଧାୟକଙ୍କ ନାଁ ନରହିବା ପ୍ରତିବାଦରେ କଂଗ୍ରେସ ଓ ବିଜେପି କର୍ପୋରେଟର ସିଏମସି ବୈଠକରେ ହଟ୍ଟଗୋଳ କରିଥିଲେ ।

Advertisment

ଏହା ପରେ ଧାରଣାରେ ବସିଛନ୍ତି ବିରୋଧୀ କର୍ପୋରେଟର । ଏଭଳି ସ୍ଥିତିରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ଆନ୍ଦୋଳନରତ କର୍ପୋରେଟରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ସମୟରେ ମେୟର ସୁବାସ ସିଂହ ଆସି କର୍ପୋରେଟରଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରିଥିଲେ ବି ସଫଳ ମିଳିନଥିଲା । ତିନି ଦିନ ମଧ୍ୟରେ ନାମଫଳକ ବଦଳାଇବା ସହ ବିଧାୟକଙ୍କୁ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି ବିରୋଧୀ କର୍ପୋରେଟର । ସେହିପରି କର୍ପୋରେଟରଙ୍କୁ ଦୁର୍ବବ୍ୟବହାର ଦେଖାଉଥିବା ଯନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଏହାର ପ୍ରତିବାଦରେ ବିଜେପି ଓ କଂଗ୍ରେସ କର୍ପୋରେଟର ଧାରଣାରେ ବସିଛନ୍ତି ।