କନକ ବ୍ୟୁରୋ : କଟକ ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଭର୍ତ୍ତୃହରି । ହେଲେ ଏବେ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି ।
କଟକ ସାଂସଦ ଶ୍ରୀ ଭତୃହରି ମହତାବ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣିବା ପରେ ପୁଅଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) December 20, 2021
ଭର୍ତ୍ତୃହରିଙ୍କ ପୁଅଙ୍କ ସହ ଫୋନରେ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁୁଇଟ କରି ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ନବୀନ ।