ରାସନ କାର୍ଡ ବଣ୍ଟନକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ବଡ଼ ବୟାନ। କହିଲେ, ଅଯୋଗ୍ୟଙ୍କୁ ଦିଆଯାଇଛି କାର୍ଡ

381

କନକ ବ୍ୟୁରୋ: ନୟାଗଡ଼ରେ ରାସନକାର୍ଡ଼ ବଣ୍ଟନକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ବଡ଼ ବୟାନ । ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି ରାସନକାର୍ଡ଼ । ଗରିବଙ୍କ ପେଟକୁ ଲାତମାରୁଛନ୍ତି ସୁବିଧାବାଦୀ । ଅଯୋଗ୍ୟଙ୍କ କାର୍ଡ ପ୍ରତ୍ୟାହାର ହେବା ଜରୁରୀ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । ତେଣୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ କାର୍ଡ ପ୍ରତ୍ୟାହାର କରିବା ନିହାତି ଆବଶ୍ୟକ ।

ହିତାଧିକାରୀଙ୍କ ତାଲିକା ପଞ୍ଚାୟତସ୍ତରରେ ପ୍ରକାଶ କରାଯାଉ ବୋଲି ସେ କହିଛନ୍ତି । ଥିଲାବାଲା ଲୋକ ନେବାରୁ ପ୍ରକୃତ ଲୋକ ପାଉନାହାନ୍ତି ଉପଯୁକ୍ତ ସୁବିଧା । ଗରିବଙ୍କ ପ୍ରତି ଅଧର୍ମ ହେଉଛି ବୋଲି ସେ ଦାବି କରିଛନ୍ତି । ନୟାଗଡ଼ ଦିଶା ବୈଠକ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କିଛି ଏଭଳି କହିଥିଲେ ଭର୍ତ୍ତୃହରି ମହତାବ ।