ଗୋଡ ଖସିଯିବାରୁ କେନାଲରେ ଗଳି ପଡିଲେ ଯୁବକ : ଗତକାଲିଠୁ ମିଳୁନି ପତ୍ତା; ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ

ଗୋଡ ଖସିଯିବାରୁ କେନାଲରେ ଗଳି ପଡିଲେ ଯୁବକ : ଗତକାଲିଠୁ ମିଳୁନି ପତ୍ତା; ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ

କନକ ବ୍ୟୁରୋ : ଗୋଡଖସିଯିବାରୁ କେନାଲରେ ଗଳିପଡିଲେ ଯୁବକ । ଏପର୍ଯ୍ୟନ୍ତ ମିଳୁନି ପତ୍ତା । କଟକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଅନ୍ଦରପୁର କେନାଲ ପାଖରେ ଯାଉଥିବା ବେଳେ ଯୁବକଙ୍କ ଗୋଡ ଖସିଯିବାରୁ ସେ କେନାଲରେ ପଡିଯାଇଥିଲେ ।

ଘଟଣା ସ୍ଥଳରେ ଓଡ୍ରାଫ୍ ଟିମ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ । କେନାଲରେ ଅନାବନା ଗଛ ଭର୍ତ୍ତି ହୋଇରହିଥିବା ବେଳେ ଅନ୍ଧାର ହୋଇଥିବାରୁ ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ସୌଭିକ୍ ବିଶ୍ୱାଳ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe