କନକ ବ୍ୟୁରୋ : ଗୋଡଖସିଯିବାରୁ କେନାଲରେ ଗଳିପଡିଲେ ଯୁବକ । ଏପର୍ଯ୍ୟନ୍ତ ମିଳୁନି ପତ୍ତା । କଟକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଅନ୍ଦରପୁର କେନାଲ ପାଖରେ ଯାଉଥିବା ବେଳେ ଯୁବକଙ୍କ ଗୋଡ ଖସିଯିବାରୁ ସେ କେନାଲରେ ପଡିଯାଇଥିଲେ ।
ଘଟଣା ସ୍ଥଳରେ ଓଡ୍ରାଫ୍ ଟିମ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ । କେନାଲରେ ଅନାବନା ଗଛ ଭର୍ତ୍ତି ହୋଇରହିଥିବା ବେଳେ ଅନ୍ଧାର ହୋଇଥିବାରୁ ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ସୌଭିକ୍ ବିଶ୍ୱାଳ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Screen-Shot-2022-10-11-at-8.21.01-AM.png)