ନାଗଫାଶରେ ନାବାଳିକା ! ଘୁରି ବୁଲୁଛି ଏମଏମଏସ୍ ହେଲେ ମିଳୁନି ପୀଡିତାଙ୍କ ପତ୍ତା

28

କନକ ବ୍ୟୁରୋ : କଟକ ସହରର ଗଳିକନ୍ଦିରେ ଘୁରିବୁଲୁଛି ଅଶ୍ଲୀଳ ଏମଏମଏସ୍ । ପ୍ରଥମେ ବଳାତ୍କାର ଓ ପରେ ଅଶ୍ଲୀଳ ଭିଡିଓ ରେକର୍ଡ କରି ବ୍ଲାକମେଲିଂ । ଏହି ସାଂଘାତିକ ଅପରାଧ କରିଥିବା ୪ଜଣ କାର୍ପଟଦାରଙ୍କୁ ଗିରଫ କରିଛି ପୁଲିସ । ହେଲେ ଏଯାଏଁ ମିଳୁନି ପୀଡ଼ିତାଙ୍କ ପତା ।

ଅପହରଣର ୪ ମାସ ପରେ ବି ଝିଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ । ପୀଡ଼ିତା ଝିଅ ଏବେ କେଉଁଠି ଆଉ କେମିତି ଅଛନ୍ତି, ସେ ଚିନ୍ତାରେ ହଜିଯାଇଛି ପୁରା ପରିବାରର ନିଦ । ଆଉ ଏହାରି ଭିତରେ ମନକୁ ଆସୁଛି ଅନେକ ଆଶା-ଆଶଙ୍କାର ପ୍ରଶ୍ନ ।

ଅପହରଣ ପରେ ବଳାତ୍କାର, ଆଉ ପରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ । ଘଟଣାକୁ ନେଇ ଯେତିକି ଯେତିକି ସମୟ ବିତୁଛି, ସେତିକି ସେତିକି ଘଟଣା ଉପରୁ ପରଦା ଉଠୁଛି । କିନ୍ତୁ ନାବାଳିକାଙ୍କ ଖୋଜଖବର ମିଳିବା ଘଟଣା ଏବେ ବି ଅନେକ କିଛି ଅସମାହିତ ଦିଗକୁ ଇସାରା କରୁଛି ।