କନକ ବ୍ୟୁରୋ : କଟକ ସହରର ଗଳିକନ୍ଦିରେ ଘୁରିବୁଲୁଛି ଅଶ୍ଲୀଳ ଏମଏମଏସ୍ । ପ୍ରଥମେ ବଳାତ୍କାର ଓ ପରେ ଅଶ୍ଲୀଳ ଭିଡିଓ ରେକର୍ଡ କରି ବ୍ଲାକମେଲିଂ । ଏହି ସାଂଘାତିକ ଅପରାଧ କରିଥିବା ୪ଜଣ କାର୍ପଟଦାରଙ୍କୁ ଗିରଫ କରିଛି ପୁଲିସ । ହେଲେ ଏଯାଏଁ ମିଳୁନି ପୀଡ଼ିତାଙ୍କ ପତା ।
ଅପହରଣର ୪ ମାସ ପରେ ବି ଝିଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ । ପୀଡ଼ିତା ଝିଅ ଏବେ କେଉଁଠି ଆଉ କେମିତି ଅଛନ୍ତି, ସେ ଚିନ୍ତାରେ ହଜିଯାଇଛି ପୁରା ପରିବାରର ନିଦ । ଆଉ ଏହାରି ଭିତରେ ମନକୁ ଆସୁଛି ଅନେକ ଆଶା-ଆଶଙ୍କାର ପ୍ରଶ୍ନ ।
ଅପହରଣ ପରେ ବଳାତ୍କାର, ଆଉ ପରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ । ଘଟଣାକୁ ନେଇ ଯେତିକି ଯେତିକି ସମୟ ବିତୁଛି, ସେତିକି ସେତିକି ଘଟଣା ଉପରୁ ପରଦା ଉଠୁଛି । କିନ୍ତୁ ନାବାଳିକାଙ୍କ ଖୋଜଖବର ମିଳିବା ଘଟଣା ଏବେ ବି ଅନେକ କିଛି ଅସମାହିତ ଦିଗକୁ ଇସାରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-23-19h29m44s686.png)