କନକ ବ୍ୟୁରୋ: ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ନେଇ ଅଭିଯୋଗ ଆଣିଲେ କଟକ ମେୟର ସୁବାସ ସିଂ । ଏନେଇ ସାଇବର କ୍ରାଇମ ଥାନାର ସହାୟତା ଲୋଡ଼ିଛନ୍ତି ସୁବାସ ସିଂ । ଏକ ଭିଡିଓ ଜରିଆରେ ସୂଚନା ଦେଇ କହିଛନ୍ତି ଗତକାଲି ରାତିରେ ତାଙ୍କ ଫେସବୁକ୍ ଆକାଉଣ୍ଟ ସୁବାସ ସିଂ ଅଫିସିଆଲ ହ୍ୟାକ ହୋଇଯାଇଛି । ଏହି ପେଜରୁ ବାରମ୍ବାର ଅଶ୍ଳୀଳ ପୋଷ୍ଟ କରାଯାଉଥିବା କଟକ ମେୟର ଅଭିଯୋଗ କରିଛନ୍ତି । ଏହାକୁ ଅଟକାଇବା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ବର୍ତମାନ ସୁଧା ସଫଳ ହୋଇନାହିଁ ବୋଲି ସୁବାସ ସିଂ କହିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ଏହା କରାଯାଇଥିବା ଅଭିଯୋଗ କରିଛନ୍ତି ସୁବାସ ସିଂ ।
କଟକ ମେୟରଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ । ସାଇବର ଥାନାର ସହାୟତା ଲୋଡିଲେ ସୁବାସ ସିଂ ।
/kanak/media/post_attachments/wp-content/uploads/2023/12/d.jpg)