‘ଜନତା କର୍ଫ୍ୟୁ’ ପାଇଁ ଆଜି ମାଲଗୋଦାମ ବନ୍ଦ; ଆସନ୍ତାକାଲିଠାରୁ ଦିନ ୧୦ରୁ ସଂଧ୍ୟା ୬ ଯାଏ ଗୋଦାମ ଖୋଲା ରଖିବାକୁ ନିଷ୍ପତି

464

କନକ ବ୍ୟୁରୋ: କରୋନାକୁ କାବୁ କରିବାକୁ ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଦେଶବ୍ୟାପି ଜନସାଧାରଣ ଜନତା କର୍ଫ୍ୟୁ ପାଳନ କରୁଛନ୍ତି । ନିଜେ ନିଜକୁ ଘର ଭିତରେ ବନ୍ଦୀ କରିଛନ୍ତି । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିଛି । ସକାଳ ୭ଟାରୁ ଏହି ଜନତା କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୯ଟା ଯାଏଁ ଚାଲିବ । ଏହି ୧୪ ଘଂଟା ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ତେବେ ଓଡିଶାବାସୀ ଜନତା କର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଆଜି ମାଲଗୋଦାମ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି ।

କିନ୍ତୁ କରୋନା ସତର୍କତା ପାଇଁ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିନ ୧୦ଟାରୁ ସ˚ଧ୍ୟା ୬ଟା ଯାଏ ମାଲଗୋଦାମ ଖୋଲା ରହିବ ବୋଲି କଟକ ଚାମ୍ବର ଅଫ୍ କମର୍ସ ପକ୍ଷରୁ କୁହାଯାଇଛି। ଏଥି ସହିତ ସ˚ଘ ପକ୍ଷରୁ ସ୍ଥାନୀୟ ବସ୍ତିମାନଙ୍କରେ ଓ ଏଠାକୁ ଆସୁଥିବା ବ୍ୟବସାୟୀଙ୍କୁ ସଚେତନ କରିବା ପାଇଁ ୧୦ ହଜାର ଲିଫଲେଟ ବଣ୍ଟା ଯିବାକୁ ନିଷ୍ପତ୍ତି ନିଆଯାଇଛି।

ବିଭିନ୍ନ ସ୍ଥାନରେ ବ୍ୟାନର ଓ ହୋର୍ଡି˚ ଲଗାଯାଇ ସଚେତନ କରାଯିବା ସହିତ ମାଲଗୋଦାମ ଅଞ୍ଚଳରେ ବ୍ୟବସାୟୀ, କର୍ମଚାରୀ ଓ ବାହାରୁ ଆସୁଥିବା ଲୋକଙ୍କ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି। ମାଲଗୋଦାମରେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ୍ ଅଛି। ତେଣୁ ଅଯଥା ଆତଙ୍କିତ ହୋଇ କିଣାକିଣି ନ କରିବାକୁ ଚ୍ୟାମ୍ବରସ୍ ଅଫ୍ କମର୍ସ ପକ୍ଷରୁ ପରାମର୍ଶ ଦେଇଛନ୍ତି।