ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି: ଆଜି କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି

ଡବଲ ମର୍ଡର ଘଟଣାର ଅଭିଯୁକ୍ତଙ୍କୁ ଧରିବା ପାଇଁ ୫ଟି ଟିମ୍ ଗଠନ କଲା ପୋଲିସ

90

କନକ ବ୍ୟୁରୋ: ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରିବା ପରେ ରାଜନୀତି ଜୋର ଧରିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜିଠାରୁ କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେପି କର୍ମୀ । ଗତକାଲି ବିଜେପି ନେତା କୁଳମଣି ବରାଳଙ୍କ ମୃତ ଶରୀରର ଶୋଭାଯାତ୍ରା କରିଥିଲା ବିଜେପି । ଦଳ ଅଭିଯୋଗ କରିଛି ଓଡିଶାରେ ମଧ୍ୟ ପଶ୍ଚିମବଙ୍ଗ ଭଳି ରାଜନୈତିକ ହିଂସାକାଣ୍ଡ ଆରମ୍ଭ ହୋଇଯାଇଛି ।

ବହୁ ସଂଖ୍ୟାରେ ବିଜେପିର ନେତା ଓ କର୍ମୀ ମାହାଙ୍ଗାରେ ଏକାଠି ହୋଇ ୭ ଦିନ ମଧ୍ୟରେ ଦୋଷୀକୁ ଧରିବା ପାଇଁ ପୋଲିସକୁ ସମୟ ଦେଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କଟକ ଗ୍ରାମାଂଚଳ ଏସପିଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କୂଳମଣିଙ୍କୁ ହତ୍ୟା ଘଟଣାକୁ ସେ ନିନ୍ଦା କରୁଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ତାଙ୍କ ବିରୋଧରେ ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି । ସେପଟେ କୂଳମଣିକୁ କିଏ ମାରିଲା ସେ ନେଇ ପ୍ରତିକ୍ରିୟା ରଖି ତାଙ୍କ ପୁଅ କହିଛନ୍ତି, ମୃତ୍ୟୁ ପୂର୍ବରୁ କୂଳମଣି କେତେଜଣଙ୍କ ନାଁ ନେଇଥିଲେ ।