କଟକ ଟାଙ୍ଗୀ ଅଞ୍ଚଳ ୧୬ନମ୍ବର ଜାତୀୟ ରାଜପଥରେ ଲୁଟେରାଙ୍କ ଆତଙ୍କ : ହାରିଅନ୍ତା ନିକଟରେ ମହିଳାଙ୍କ ବେକରୁ ସୁନା ହାର ଝାମ୍ପିନେଲେ ଦୁର୍ବୃତ୍ତ

ପ୍ରତିବାଦ କରିବାରୁ ରାଜରାସ୍ତାରେ ଫୁଟିଲା ଗୁଳି

91

କନକ ବ୍ୟୁରୋ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂବର ଜାତୀୟ ରାଜପଥ ହାରିଅନ୍ତା ନିକଟରେ ମହିଳାଙ୍କ ଠାରୁ ସୁନା ହାର ଝାମ୍ପିନେଲେ ଦୁର୍ବୃତ । କଳା ପଲସରରେ ଆସି ମହିଳାଙ୍କ ବେକରୁ ଲୁଟିଲେ ସୁନା । ପ୍ରତିବାଦ କରିବାକୁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ ଦୁର୍ବୃତ, ଗୁଳିମାଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୁଟର ଶିକାର ହୋଇଥିବା ମହିଳା ।

ହାରିଅନ୍ତା ଗାଁର ଲିଙ୍ଗରାଜ ରାଉତଙ୍କ ସ୍ତ୍ରୀ ମମତା ରାଉତ ରାଜପଥରୁ ଗତକାଲି ଗାଁ ଆଡକୁ ଚାଲି ଚାଲି ଯାଉଥିବା ସମୟରେ ୨ ଜଣ ଲୁଟେରା କଳା ପଲସର ବାଇକରେ ଆସି ମହିଳା ପିନ୍ଧିଥିବା ସୁନାହାର ଝାମ୍ଫିବାକୁ ଉଦ୍ୟମ କରିଥିଲେ । ମହିଳା ଜଣକ ପ୍ରତିବାଦ କରିବାକୁ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ ଲୁଟେରାମାନେ । ମହିଳା ଜଣକ ଭୟଭୀତ ହେବା ପରେ ତାଙ୍କ ଠାରୁ ସୁନା ଲୁଟ କରିନେଇଛନ୍ତି । ଟାଙ୍ଗୀ ଥାନା ପୁଲିସ ଲୁଟ ଘଟଣାର ଛାନଭିନ କରୁଛି ।