କଟକ ସୁନା ଋଣ ସଂସ୍ଥାରୁ ୧୨କୋଟି ଲୁଟର ୨ଦିନ ପରେ ବି ସୂତାଏ ଆଗେଇନି ତଦନ୍ତ: କେବଳ ଅନ୍ଧାରରେ ବାଡି ବୁଲାଉଛି କମିଶନରେଟ ପୋଲିସ

Advertisment
କଟକ ସୁନା ଋଣ ସଂସ୍ଥାରୁ ୧୨କୋଟି ଲୁଟର ୨ଦିନ ପରେ ବି ସୂତାଏ ଆଗେଇନି ତଦନ୍ତ: କେବଳ ଅନ୍ଧାରରେ ବାଡି ବୁଲାଉଛି କମିଶନରେଟ ପୋଲିସ

କନକ ବ୍ୟୁରୋ: ବିନା ହେଲମେଟ ଓ ବିନା ମାସ୍କରେ ଘରୁ ବାହାରିଲେ ଆପଣଙ୍କୁ ମାଡିବସି ଫାଇନ ଆଦାୟ କରୁଥିବା ପୁଲିସ କୋଟି କୋଟି ଟଙ୍କାର ଲୁଟେରାଙ୍କୁ ଧରିବାରେ କେମିତି ବିଫଳ ହେଉଛି ତାର ନଜିର କଟକରୁ ଆସିଛି । କଟକ ନୟାସଡକ ସ୍ଥିତ ଆଇଆଇଏଫଏଲରୁ ୧୨ କୋଟି ଟଙ୍କା ଲୁଟର ୨ ଦିନ ପରେ ବି ସୂତାଟିଏ ଆଗେଇନାହିଁ ତଦନ୍ତ । କେବଳ ଅନ୍ଧାରରେ ବାଡି ବୁଲାଉଛି ପୁଲିସ । ପୁଲିସ ପାଖରେ ଏଯାଏ ଖାଲି ସିସିଟିଭି ଫୁଟେଜ ରହିଛି ।

ପୁଲିସ ଗଠନ କରିଥିବା ୩ଟି ଟିମ ମଧ୍ୟରୁ ଗୋଟିଏ ଟିମ କଟକ ଭିତରେ ଓ ଅନ୍ୟ ୨ଟି ଟିମ କଟକ କାହାରେ ଛାନଭିନ ଚଳାଇଛନ୍ତି । ଗତକାଲିଠୁ ଆଜି ଭିତରେ ଆଇଆଇଏଫଏଲର ୧୦ରୁ ଅଧିକ କର୍ମଚାରୀଙ୍କୁ ପଚରାଉଚରା ସରିଲାଣି । ଏପରିକି କିଛଇ ଜମାକାରୀ ଏବେ ସଂସ୍ଥାରେ ପହଚିଂ କିଭଳି ତାଙ୍କ ସୁନା ଫେରିପାଇବେ ସେ ନେଇ ପଚାରୁଛନ୍ତି । ସେପଟେ ବିଧାନସଭାରେ ଆଜି ଲୁଟ ପ୍ରସଙ୍ଗ ଗୃହରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପୁଲିସ ଏଯାଏ ଡକାୟତିଙ୍କୁ କାହିଁକି ଗିରଫ କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe