କନକ ବ୍ୟୁରୋ: ବିନା ହେଲମେଟ ଓ ବିନା ମାସ୍କରେ ଘରୁ ବାହାରିଲେ ଆପଣଙ୍କୁ ମାଡିବସି ଫାଇନ ଆଦାୟ କରୁଥିବା ପୁଲିସ କୋଟି କୋଟି ଟଙ୍କାର ଲୁଟେରାଙ୍କୁ ଧରିବାରେ କେମିତି ବିଫଳ ହେଉଛି ତାର ନଜିର କଟକରୁ ଆସିଛି । କଟକ ନୟାସଡକ ସ୍ଥିତ ଆଇଆଇଏଫଏଲରୁ ୧୨ କୋଟି ଟଙ୍କା ଲୁଟର ୨ ଦିନ ପରେ ବି ସୂତାଟିଏ ଆଗେଇନାହିଁ ତଦନ୍ତ । କେବଳ ଅନ୍ଧାରରେ ବାଡି ବୁଲାଉଛି ପୁଲିସ । ପୁଲିସ ପାଖରେ ଏଯାଏ ଖାଲି ସିସିଟିଭି ଫୁଟେଜ ରହିଛି ।
ପୁଲିସ ଗଠନ କରିଥିବା ୩ଟି ଟିମ ମଧ୍ୟରୁ ଗୋଟିଏ ଟିମ କଟକ ଭିତରେ ଓ ଅନ୍ୟ ୨ଟି ଟିମ କଟକ କାହାରେ ଛାନଭିନ ଚଳାଇଛନ୍ତି । ଗତକାଲିଠୁ ଆଜି ଭିତରେ ଆଇଆଇଏଫଏଲର ୧୦ରୁ ଅଧିକ କର୍ମଚାରୀଙ୍କୁ ପଚରାଉଚରା ସରିଲାଣି । ଏପରିକି କିଛଇ ଜମାକାରୀ ଏବେ ସଂସ୍ଥାରେ ପହଚିଂ କିଭଳି ତାଙ୍କ ସୁନା ଫେରିପାଇବେ ସେ ନେଇ ପଚାରୁଛନ୍ତି । ସେପଟେ ବିଧାନସଭାରେ ଆଜି ଲୁଟ ପ୍ରସଙ୍ଗ ଗୃହରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପୁଲିସ ଏଯାଏ ଡକାୟତିଙ୍କୁ କାହିଁକି ଗିରଫ କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/28-20.jpg)