ବିଜେଡିର ଗଡ ରହି ଆସିଥିବା କଟକ ଲୋକସଭା ଆସନରେ ଚଳିତ ଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ୧୯୯୮ରୁ ଲଗାତାର କଟକରୁ ବିଜେଡି ବିଜୟ ଲାଭ କରି ଆସୁଥିବା ବେଳେ ଚଳିତ ଥର ମଧ୍ୟ ପୁରୁଣା ସିପାହୀ ଭର୍ତ୍ତୃହରିଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ସେହିଭଳି ବିଜେଡିକୁ ଟକ୍କର ଦେବାକୁ ବିଜେପି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି । ସେହିଭଳି କଂଗ୍ରେସ ରାଜ୍ୟ ରାଜ୍ୟନୀତିର ଅଭିଜ୍ଞ ତଥା ପୁରୁଖା ଖେଳାଳି ପଞ୍ଚାନନକୁ ମୈଦାନକୁ ଓହ୍ଲାଇ କଡା ଟକ୍କର ଦେବାକୁ ରଣନୀତି କରିଛି । ଏସବୁ ଭିତରେ କଟକବାସୀଙ୍କ ବିଶ୍ୱାସ ଓ ଭରସା କିଏ ଜିତି ପାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Advertisment

କଟକ ଲୋକସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୩ ଲକ୍ଷ ୭୧ ହଜାର ୬୧୭
- ମତ ଦେଇଥିଲେ – ୯ ଲକ୍ଷ ୮୦ ହଜାର ୫୫୬
- ଭୋଟଦାନ ହାର – ୭୧.୪୯%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଭର୍ତୃହରି ମହତାବ ବିଜେଡି ୫୨୬୦୮୫ ୫୩.୭୫% ବିଜୟୀ
ଅପରାଜିତା ମହାନ୍ତି କଂଗ୍ରେସ ୨୧୯୩୨୩ ୨୨.୪୧% ପରାସ୍ତ
ସମୀର ଦେ ବିଜେପି ୧୪୬୦୯୩ ୧୪.୯୨% ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ଭର୍ତୃହରି ମହତାବ ନିର୍ବାଚନ ଜିତିଥିଲେ
- ୫ ଲକ୍ଷ ୨୬ ହଜାର ୮୫ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କୁ ପରାସ୍ତ କରିଥିଲେ
- ୩ ଲକ୍ଷ ୬ ହଜାର ୭୬୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ଭର୍ତୃହରି ମହତାବ
କଂଗ୍ରେସ: ପଂଚାନନ କାନୁନଗୋ
ବିଜେପି: ପ୍ରକାଶ ମିଶ୍ର

୨୦୧୯--ବିଜେଡି: ଭର୍ତୃହରି ମହତାବ

- ୫ଥର ସାଂସଦ ( ୧୯୯୮ରୁ ଲଗାତର ସାଂସଦ )
- ଲୋକସଭାରେ ସଂସଦୀୟ ଦଳ ନେତା
- ଶ୍ରେଷ୍ଠ ସାଂସଦ ଏବଂ ସାଂସଦରତ୍ନ ଭାବେ ପୁରସ୍କୃତ

୨୦୧୯-- କଂଗ୍ରେସ: ପଂଚାନନ କାନୁନଗୋ

- ପୂର୍ବତନ ବିଧାୟକ
- ପୂର୍ବତନ ଅର୍ଥମନ୍ତ୍ରୀ
- ବରିଷ୍ଠ ନେତା
- ବିଭିନ୍ନ ଶ୍ରମିକ ସଂଗଠନ ନେତା

୨୦୧୯--ବିଜେପି: ପ୍ରକାଶ ମିଶ୍ର

- ଅବସରପ୍ରାପ୍ତ ଆଇପିଏସ ଅଫିସରରୁ ରାଜନୀତି
- ପୂର୍ବତନ ପୋଲିସ ଡିଜି
- ପୂର୍ବତନ ସିଆରପିଏଫ୍ ଡିଜି
- କେନ୍ଦ୍ର ଗୃହ ମନ୍ତ୍ରାଳୟରେ ସୁରକ୍ଷା ପରାମର୍ଶଦାତା
- ଉତରାଖଣ୍ଡ ରାଜ୍ୟପାଳଙ୍କ ପରାମର୍ଶଦାତା

ନିର୍ବାଚନ ମଣ୍ଡଳୀ ତଥ୍ୟ

- କଟକ ସଦର, ଚୌଦ୍ୱାର କଟକ, ବାରବାଟୀ କଟକ, ଆଠଗଡ, ବାଙ୍କୀ, ବଡମ୍ବା ଏବଂ ଖଣ୍ଡପଡା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ କଟକ ଲୋକସଭା କ୍ଷେତ୍ର
- ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଦଖଲରେ ରହିଛି ।
- ଭର୍ତୃହରି ମହତାବ ୫ଥର ସାଂସଦ
- ଜାନକୀ ବଲ୍ଲଭ ପଟ୍ଟନାୟକ ୨ଥର ସାଂସଦ
- ଜୟନ୍ତୀ ପଟ୍ଟନାୟକ ୨ଥର ସାଂସଦ