କଟକ ଆଇଆଇଏଫଏଲ ଲୁଟ ଘଟଣାରେ ସଂସ୍ଥାର ସୁରକ୍ଷାକର୍ମୀ ଗିରଫ: ଲୁଟ ଦିନ ଜାଣିଶୁଣି ପୁଲିସ ପାଖେ ଦେଇଥିଲେ ଏତଲା

Advertisment
କଟକ ଆଇଆଇଏଫଏଲ ଲୁଟ ଘଟଣାରେ ସଂସ୍ଥାର ସୁରକ୍ଷାକର୍ମୀ ଗିରଫ: ଲୁଟ ଦିନ ଜାଣିଶୁଣି ପୁଲିସ ପାଖେ ଦେଇଥିଲେ ଏତଲା

କନକ ବ୍ୟୁରୋ: କଟକ ଆଇଆଇଏଫଏଲ ଲୁଟ ଘଟଣାରେ ଆଉ ଜଣେ ଗିରଫ । ସଂସ୍ଥାର ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇଛି । ଲୁଟ ଦିନ ଜାଣିଶୁଣି ପୁଲିସ ପାଖେ ଏତଲା ଦେଇଥିଲା ସୁରକ୍ଷାକର୍ମୀ ହରମୋହନ ଦାସ । ଲୁଟ ପୂର୍ବରୁ ମାଷ୍ଟର ମାଇଣ୍ଡ ଲାଲା ସହ ଗୁପ୍ତରେ ଭେଟିଥିଲା ।। ପୂର୍ବରୁ ୧୦ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିବା ବେଳେ ୧୦ କିଲୋର ସୁନା ଅଳଙ୍କାର ଏଯାଏ ଜବତ ହୋଇଛି ।

ସୂଚନା ଅନୁଯାୟୀ, ଆଇଆଇଏଫଏଲର ଆସିଷ୍ଟାଣ୍ଟ ମ୍ୟାନେଜର ଲାଲା ଅମୃତ ସାଗର ରାୟ ସମେତ ୪ ଜଣ ଡକାୟତ ସନ୍ତୋଷ ଭୋଇ, ପବିତ୍ର କୁମାର ବେହେରା, ପ୍ରକାଶ କୁମାର ସାହୁ ଏବ˚ ରାଜକିଶୋର ସାହୁଙ୍କ ତିନି ଦିନିଆ ରିମାଣ୍ତ ଅବଧି ଆଜି ଶେଷ ହୋଇଛି। ସେମାନଙ୍କୁ କଟକ ସଦର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ୨୫ ତାରିଖରେ ଏହି ୫ ଜଣଙ୍କୁ ଲାଲବାଗ ଥାନା ପୁଲିସ ରିମାଣ୍ତରେ ଆଣିଥିଲା। ପୁଣି ଏମାନଙ୍କୁ ଅଧିକ ତଦନ୍ତ ପାଇଁ ରିମାଣ୍ତରେ ଆଣିବା ପାଇଁ କମିସନରେଟ୍‌ ପୁଲିସ ଆଜି କୋର୍ଟରେ ଆବେଦନ କରିଥିଲା। କୋର୍ଟ ମୁଖ୍ୟ ଅଭିଯୁକ୍ତ ଲାଲା ଅମୃତ ସମେତ ପ୍ରକାଶ, ପବିତ୍ରକୁ ୪ ଦିନିଆ ରିମାଣ୍ତରେ ନେବା ପାଇଁ ଅନୁମତି ଦେଇଛନ୍ତି। ଏହି ତିନି ଜଣଙ୍କୁ ଆସନ୍ତା ୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା କୋର୍ଟରେ ସେମାନଙ୍କୁ ହାଜର କରିବାକୁ କୁହାଯାଇଛି। ସନ୍ତୋଷ ଏବ˚ ରାଜକିଶୋରଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ବଜିତ ବରାଳ ମାମଲା ପରିଚାଳନା କରୁଥିଲେ।

ଅନ୍ୟପଟେ ରିମାଣ୍ତ ଅବଧି ସମୟରେ ଲାଲା ଅମୃତର ବୟାନ ଆଧାରରେ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଆଜି ଗିରଫ ହୋଇଥିବା ଉପରୋକ୍ତ ଦୁଇ ସୁନା ବ୍ୟବସାୟୀଙ୍କ ନାଁରେ ମାନାପୁରମ୍‌ ଶାଖାରେ ଆକାଉଣ୍ଟ ଖୋଲି ଆଇଆଇଏଫଏଲରୁ ଚୋରି ହୋଇଥିବା ସୁନା ଲାଲା ଅମୃତ ବନ୍ଧକ ରଖିଥିଲା। ଏମାନେ ମାସିକ ଲାଲା ଅମୃତ ନିକଟରୁ କମିସନ ବି ନେଉଥିଲେ। ଟଙ୍କା ଲୋଭରେ ଶାଖାରେ ସୁନା ବନ୍ଧକ ସମୟରେ ଏମାନେ ନିଜ କେଵାଇସି ମଧ୍ୟ ଦେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲେ। ଅନ୍ୟପଟେ ନୟାସଡ଼କ ଆଇଆଇଏଫଏଲରେ ଗଲା ୫ ବର୍ଷ ତଳେ ସୁରକ୍ଷାକର୍ମୀ ଥିବା ହରମୋହନ ସ˚ସ୍ଥାରୁ ବାହାରିବା ପରେ ନିଜର ଏକ ସୁରକ୍ଷାକର୍ମୀ ସ˚ସ୍ଥା ଚୌଦ୍ବାରରେ ଖୋଲିଥିଲା। ହରମୋହନ ସହିତ ଲାଲା ଅମୃତର ପରିଚୟ ହେବା ପରେ ସୁନା କେଳେଙ୍କାରୀରେ ସେ ସହଯୋଗ କରିଥିଲା। ଲାଲା ଅମୃତ ନିକଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହଯୋଗ ପାଇଥିଲା ହରମୋହନ। ଏହି ଟଙ୍କାରେ ଦୁଇଟି ଗାଡ଼ି କିଣିବାରେ ବିନିଯୋଗ କରିଥିଲା।

ଗଲା ୧୯ ତାରିଖରେ ଡକାୟତି ପୂର୍ବରୁ ଲାଲା ଅମୃତର ନେତୃତ୍ବରେ ୪ ଡକାୟତ ହରମୋହନର ଏହି ଗାଡ଼ି ବ୍ୟବହାର କରିଥିଲେ। ଗଲା ୧୬ ତାରିଖରେ କଟକ ଚୌଦ୍ବାର ଥାନା ଅନ୍ତର୍ଗତ ବୈଦେଶ୍ବର ମନ୍ଦିର ନିକଟରେ ଡକାୟତି ପାଇଁ ଯେଉଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଥିଲା ଏବ˚ ନୟାସଡ଼କ ଆଇଆଇଏଫଏଲ ଶାଖା ବୁଲି ଦେଖିଥିଲେ, ସେଥିରେ ହରମୋହନର ଗାଡ଼ି ଦୁଇଟି ବ୍ୟବହାର ହୋଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ରିମାଣ୍ତରେ ଆସିଥିବା ଲାଲା ଅମୃତ ହରମୋହନ ସମ୍ପର୍କରେ ଏଭଳି ବୟାନ ଦେବା ପରେ ପୁଲିସ ତାକୁ ଆଜି ଗିରଫ କରିଛି। ମାନାପୁରମ୍‌ ଶାଖାରୁ ପୁଲିସ ଆଜି ସୁଦ୍ଧା ମୋଟ ୧୭ଟିି ନକଲି ଆକାଉଣ୍ଟ ଜବତ କରିଛି। ଏହି ଆକାଉଣ୍ଟଗୁଡ଼କ ଗିରଫ ୪ ଡକାୟତଙ୍କ ସମେତ ଦୁଇ ସୁନା ବ୍ୟବସାୟୀଙ୍କ ନାଁରେ ଥିଲା। ଏହି ଆକାଉଣ୍ଟରୁ ପୁଲିସ ମୋଟ ୬.୭ କେଜି ସୁନା ଅଳଙ୍କାର ଜବତ କରିଛି।

ଆହୁରି ୧୪ ଜଣ ଗ୍ରାହକଙ୍କ ନାଁ ପୁଲିସ ଚିହ୍ନଟ କରିଛି। ଏମାନଙ୍କ ମଧ୍ୟରେ ବି ସୁନା ବ୍ୟବସାୟୀ ଅଛନ୍ତି। ପୁଲିସ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରିବାକୁ ଯୋଜନା କରୁଛି। ପୁଲିସ ଆଜି ନୟାସଡ଼କ ଆଇଆଇଏଫଏଲର ୪ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe