କଟକ ସୁନା ଲୁଟ୍ ମାମଲାରେ ବନ୍ଧାହେଲେ ମଣପୁରମ ଗୋଲ୍ଡ ଲୋନ ମ୍ୟାନେଜର । ଆଇଆଇଏଫଏଲର ନୂଆ ଲିଙ୍କ ପରେ ମ୍ୟାନେଜର ଗିରଫ ।

779

କନକ ବ୍ୟୁରୋ: କଟକ ସୁନା ଷଡଯନ୍ତ୍ର ମାମଲାରେ ନୂଆ ଲିଙ୍କ ଆସିବା ପରେ ଗିରଫ ହେଲେ ମଣପୁରମ ଗୋଲ୍ଡ ଲୋନ ମ୍ୟାନେଜର । ନୟାସଡକ ଆଇଆଇଏଫଏଲରୁ ସୁନା ଲୁଟ ମାମଲାରେ ମଣପୁରମ ସଂସ୍ଥାର ମ୍ୟାନେଜର ପିତାମ୍ବର ସାହୁ ଗିରଫ । ପିତାମ୍ବରଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଲାଲ ସହ ଲିଙ୍କ ଥିବା ଅଭିଯୋଗରେ ଗିରଫ ହେଲେ ମଣପୁରମ ଗୋଲ୍ଡ ଲୋନ ମ୍ୟାନେଜର ପିତାମ୍ବର ।

ତେବେ ଆଜି ମଣପୁରମ୍ମ ଗୋଲ୍ଡ ଲୋନ ସଂସ୍ଥାର ମ୍ୟାନେଜରଙ୍କୁ ପୋଲିସ ଉଠାଇ ନେଇଥିଲା । ଗତକାଲି ତାଙ୍କର ବିବାହ ହେବାର ଥିଲା ଏହା ପୂର୍ବରୁ ତାଙ୍କୁ ଉଠାଇ ନେଇ ଗିରଫ କରିଛି କମିଶନରେଟ ପୋଲିସ । ଲୁଟ ସୁନାକୁ ଲୁଚାଇ ରଖିଥିବା ନେଇ ତାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡିଛି ।