କନକ ବ୍ୟୁରୋ : କଟକରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ମୁଣ୍ଡ ତଳକୁ କରିଦେବ । ୨୨ ଦିନ ଧରି ଜଣେ ନାବାଳିକାକୁ ଗୋଟିଏ ଘରେ ବନ୍ଦୀ କରି ରଖି ଦୁଷ୍କର୍ମ କରିଛନ୍ତି ଦୁଇ ଜଣ ଦୁବୃର୍ତ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଖୋଦ୍ ସହରର ଗତିରାଉତ ପାଟଣାରେ । ଏନେଇ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି ।

Advertisment

ନାବାଳିକା ଜଣଙ୍କ ରାସ୍ତାକଡରେ ଠିଆ ହୋଇ ବସ୍କୁ ଅପେକ୍ଷା କରୁଥିବାବେଳେ ତାଙ୍କୁ ମିଛ ପ୍ରଲୋଭନ ଦେଖାଇ ନେଇ ଯାଇଥିଲେ ଏହି ଦୁଇ ଜଣ ଯୁବକ । ତାପରେ ଯାହା ଘଟିଲା ତାହା ସାରା ରାଜ୍ୟ ପାଇଁ ଲଜ୍ଜା ପାଲଟି ଯାଇଛି ।

ଗକତାଲି ଗତିରାଉତ ପାଟଣାର ଏକ ଫାର୍ମରେ ନାବାଳିକାଙ୍କୁ ଦୀର୍ଘ ୨୨ ଦିନ ଧରି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ସହ ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ସହାୟତାରେ ନାବାଳିକାକୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରିବା ପରେ ସିଡବ୍ଲୁସି ନିକଟରେ ନାବାଳିକା ତାଙ୍କ ସହ ଘଟିଥିବା ନାରକୀୟ କାଣ୍ଡ ବିଷୟରେ ବର୍ଣ୍ଣନା କରିଛନ୍ତି । ଆଉ ବୟାନ ରେକର୍ଡ ପରେ ଥାନାରେ ଏତଲା ଦେବାକୁ ସିଡବ୍ଲସି ନିର୍ଦ୍ଦେଶ ଦେଇଥିଲେ । ତେବେ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।

ଦୁଷ୍କର୍ମ ଘଟଣାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି କମିଶନରେଟ୍ ପୁଲିସ । ଆଜି ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।