କନକ ବ୍ୟୁରୋ : ମଣ୍ଡିରେ ବିକ୍ରି ହୋଇପାରୁନି ଧାନ, ଚିନ୍ତାରେ ଚାଷୀ । ମିଲରଙ୍କ ମନ ଇଛା କଟନି ଛଟନି ସାଙ୍ଗକୁ ଟୋକନ ସମସ୍ୟାରେ ଛନ୍ଦି ହେଉଛନ୍ତି ଚାଷୀ । ମଣ୍ଡି ଖୋଲିଛି, ଚାଷୀଙ୍କୁ ଟୋକନ ମଧ୍ୟ ମିଳିଛି ହେଲେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । କଟକ ଜିଲ୍ଲା ନିଆଳି ଶାଖା ବାହାରଣା ସେବା ସମବାୟ ସମିତିରେ ରବି ଧାନ ବିକ୍ରି ଚାଲିଥିବା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
ଚାଷୀର ମୋବାଇଲକୁ ମଣ୍ଡିରେ ଧାନ ଦେବା ପାଇଁ ମେସେଜ ଆସିଥିଲେ ବି ସମ୍ପାଦକଙ୍କ ଅସହଯୋଗ ଯୋଗୁଁ କେତେକ ଚାଷୀଙ୍କର ଟୋକନ ରଦ୍ଦ ହୋଇଯାଇଛି । ଫଳରେ ସେମାନେ ମଣ୍ଡିରେ ଧାନ ଦେଇପାରୀ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ମଣ୍ଡିରେ ଚାଷୀଙ୍କ ଠାରୁ ପ୍ରଥମେ ଧାନ କିଣାଯିବା ସମୟରେ ଆଇ ସ୍କାନର ନିୟମ ରହିଛି । ହେଲେ ବାହାରଣା ସେବା ସମବାୟ ସମିତିର ସମ୍ପାଦକ କିପରି ପ୍ରଥମେ ଚାଷୀଙ୍କର ଆଇସ୍କାନ କରି ୧୨ ଦିନ ପରେ ମଣ୍ଡିରେ ଧାନ ଉଠାଇଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅଭିଯୋଗ କରିଛନ୍ତି ଚାଷୀ । ସମ୍ପାଦକଙ୍କ ଏଭଳି କାର୍ଯ୍ୟ ପାଇଁ ବହୁ ଚାଷୀ ଧାନ ବିକ୍ରି କରିନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/6-17.jpg)