କଟକରେ ପୁଣି ମିଳିଲା ନକଲି ଔଷଧ : ନୟାସଡକର ୩ଟି ଦୋକାନରୁ ୨୦ ଲକ୍ଷ ଟଙ୍କାର ନକଲି ଟେଲମା-୪୦ ଜବତ

70

କନକ ବ୍ୟୁରୋ : କଟକରେ ପୁଣି ମିଳିଲା ନକଲି ଔଷଧ । କଟକ ନୟାସଡକର ଆଉ ୩ଟି ହୋଲସେଲ ଦୋକାନରୁ ୨୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଛି । ଏହି ସବୁ ଔଷଧ ନକଲି ଟେଲମା-୪୦ ବୋଲି ଜଣାପଡିଛି । ଗତ ୩ ଦିନ ମଧ୍ୟରେ ଏହି ସଂସ୍ଥାଗୁଡିକୁ ଯାଞ୍ଚ କରାଯାଇଥିଲା । ଡ୍ରଗ ଆଣ୍ଡ କସମେଟିକ ଆକ୍ଟରେ ଏହି ସଂସ୍ଥା ନାଁରେ ମାମଲା ରୁଜୁ ହୋଇଛି । କିଛି ଦିନ ତଳେ କଟକର ଦୁଇଟି ଦୋକାନରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ନକଲି ଔଷଧ ଜବତ ହୋଇଥିଲା ।

ସମ୍ପୃକ୍ତ ଦୁଇଟି ଦୋକାନର ଲାଇସେନ୍ସ ରଦ୍ଦ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହି ନକଲି ଔଷଧ ବେଙ୍ଗାଲୁରୁ ଓ ବିହାରର ଗୟାରୁ ଆସିଥିବା ଜଣାପଡିଥିଲା । ତେବେ ପୋଲିସ୍ ଓ ଭେଷଜ ନିୟନ୍ତ୍ରଣ ବିଭାଗ ପକ୍ଷରୁ ମିଳିତ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ପୁଣିଥରେ ଏତେ ପରିମାଣରର ନକଲି ଔଷଧ ମିଳିବା ଚିନ୍ତା ବଢ଼ାଇଦେଇଛି ।  ପୂର୍ବରୁ, ଗତ ୯ ତାରିଖରେ କଟକର ପୂଜା ଏଣ୍ଟରପ୍ରାଇଜର୍ସ , ଭି.ଆର୍‌ ଡ୍ରଗ୍‌ ଏଜେନ୍ସିରୁ ୩୦ଲକ୍ଷ ଟଙ୍କାର ନକଲି ଉଚ୍ଚରକ୍ତଚାପ ଔଷଧ ଜବତ ହୋଇଥିଲା ।

ତେବେ, ଉଭୟ ପୁଲିସ ଓ ଭେଷଜ ନିୟନ୍ତ୍ରଣ ବିଭାଗ ପକ୍ଷରୁ ମିଳିତ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ପୁଣିଥରେ ଏତେ ପରିମାଣର ନକଲି ଔଷଧ ମିଳିବା ଚିନ୍ତା ବଢ଼ାଇ ଦେଇଛି । ଚଢ଼ାଉ ପରେ ବି ବଜାରରେ ବିଭିନ୍ନ ଦାମୀ କମ୍ପାନୀର ଅଧିକ ବ୍ୟବହାର ହେଉଥିବା ଔଷଧକୁ ନକଲି କରି ଓଡ଼ିଶା ବଜାରକୁ ଛଡ଼ାଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ, ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଏକ ଟିମ୍‌ ବିହାରର ଗୟା, ପାଟଣା ତଥା ରାଜ୍ୟ ବାହାରକୁ ‌ଯାଇ ନକଲି ଔଷଧ ଘଟଣାର ତଦନ୍ତ କରିବ ବୋଲି ଆସିଷ୍ଟାଣ୍ଟ ଡ୍ରଗ୍ସ କଂଟ୍ରୋଲର ଧର୍ମଦେବ ପୁହାଣ ସୂଚନା ଦେଇଛନ୍ତି ।