ଆଗକୁ ବଢିବ କଟକ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ : ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

50

କନକ ବ୍ୟୁରୋ : ଆଗକୁ ବଢିବ କଟକ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ । କାରଣ ସରକାରଙ୍କ ପାଖରେ ଉପଲବ୍ଧ ଅଛି ସମସ୍ତ ୧୨ ଏକର ଜମି । ଏହାସହ ଜବରଦଖଲରେ ଥବା ସରକାରୀ ଜମିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି । ଅବରୋଧରେ ଥିବା ଜମିରୁ ଉଚ୍ଛେଦ ସରିଲେ,ବସ ଟର୍ମିନାଲ କାମ ଆଗକୁ ବଢିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ବି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହାସହ ବୈଷ୍ଣବ ପାର୍କର ସଂପ୍ରସାରଣ ଓ ଉନ୍ନତିକରଣ କରାଯିବ । ବସ୍ ଟର୍ମିନାଲ ପ୍ରକଳ୍ପ କାମ ୧୮ ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

Comments are closed.