କନକ ବ୍ୟୁରୋ: କଟକ ସିଟି ହସ୍ପିଟାଲରେ ଡାକ୍ତରଙ୍କ ଠାରେ କରୋନା ଚିହ୍ନଟ ପରେ ପ୍ରଶାସନର ପଦକ୍ଷେପ । ଡାକ୍ତରଙ୍କ ସଂଶସ୍ପର୍ସରେ ଆସିଥିବା ସମସ୍ତ ଡାକ୍ତର ଓ ରୋଗୀଙ୍କର ହେବ କରୋନା ଟେଷ୍ଟ । ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । ଡାକ୍ତର ଜଣକ ଯାଇଥିବା ସମସ୍ତ ଜାଗା ଚିହ୍ନଟ ସରିଛି । ସବୁ ସ୍ଥାନକୁ ସଂପୂର୍ଣ୍ଣ ବିଶୋଧନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏବେ ଅଶ୍ୱିନୀ ହସ୍ୱିଟାଲରେ ଚିକିତ୍ସିତ ହେଉଛନ୍ତି ଆକ୍ରାନ୍ତ ଡାକ୍ତର । କଟକ ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଡାକ୍ତର ଜଣକ ଗତ କିଛି ଦିନ ଧରି ଜ୍ୱରରେ ପୀଡିତ ଥିଲେ । ତାଙ୍କ ନମୁନା ପରୀକ୍ଷା କରାଯିବା ପରେ ସେ କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/25-15.jpg)
/kanak/media/post_attachments/wp-content/uploads/2020/05/8-12.jpg)