କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ଦିନରେ ୨୫୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୪୫୮ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧ ହଜାର ୮୪ ଜଣ । କଟକରୁ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୪, ବାଲେଶ୍ୱରରୁ ୨୨୧, କେନ୍ଦ୍ରାପଡ଼ାରୁ ୧୬୭, ପୁରୀରୁ ୧୫୦,ଜଗତସିଂହପୁର ୧୨୮ ମୟୂରଭଂଜ ୧୨୪, ଯାଜପୁରରୁ ୧୩୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଂଟାରେ ୫୭ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ୭୨ ହଜାର ୬୪୫ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୩ ଦଶମିକ ୪୯ ପ୍ରତିଶତ ରହିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ଜଣ । ସୁସ୍ଥ ହୋଇଛନ୍ତି ୯ଲକ୍ଷ ୨୮୨ ଜଣ । ସକ୍ରିୟ ଅଛନ୍ତି ୨୭ ହଜାର ୫୮୦ଜଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/2-7.jpg)