କନକ ବ୍ୟୁରୋ : ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପିଠ ବାବା ଧବଳେଶ୍ୱରଙ୍କ ପୀଠ । ଏବେ ଦର୍ଶନ କରିପାରିବେ ଭକ୍ତ । ଉପଜିଲ୍ଲାପାଳଙ୍କ ବୈଠକ ପରେ ସାଧାରଣ ଦର୍ଶନକୁ ଅନୁମତି ମିଳିଛି । ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ମଧ୍ୟକୁ ଭୋଗ ନେଇ ଯାଇପାରିବେନି । ଏହା ସହ ମନ୍ଦିର ଭିତରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି ।

Advertisment

ଗର୍ଭବତୀ ମହିଳା ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି । ଅନ୍ୟପଟେ ସକାଳ ୬ଟାରୁ ସଂନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଆଜି ଭୋର ୪ଟାରୁ ପହଡ଼ ଖୋଲଯାଇ ୧୦୮ କଳସ ପାଣିରେ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇଥିଲା । ମଙ୍ଗଳ ଆରତୀ ପରେ ସର୍ବସାଧାରଣଙ୍କୁ ଦର୍ଶନ ନିମନ୍ତେ ପହଡ ଖୋଲଯାଇଥିଲା ।