କଟକ ଚୌଦ୍ୱାରରେ ଚାଂଚଲ୍ୟ । ମଦ ବିକ୍ରିକୁ ବିରୋଧ କରିବାରୁ ଘରୁ ଉଠାଇ ନେଇ ଯୁବକଙ୍କୁ ମଦ ମାଫିଆଙ୍କ ହତ୍ୟା : ବାଣିପଦାରେ ତୀବ୍ର ଉତେଜନା, ୨ ପ୍ଲାଟୁନ୍ ଫୋର୍ସ ମୁତୟନ

408

କନକ ବ୍ୟୁରୋ : ମଦ ବିକ୍ରିକୁ ବିରୋଧ କରିବାରୁ ଘରୁ ଉଠାଇ ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା । କଟକ ଚୌଦ୍ୱାର ବାଣିପଦା ପଂଚାୟତରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ସଂଘବଦ୍ଧ ଭାବେ ଯୁବକ ସରୋଜ ସାମଲଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ସହ ସାଇଂଟିଫିକ୍ ଟିମ୍ ପହଁଚି ଛାନଭିନ୍ କରୁଛି ।

ସେପଟେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ଦେଖି ଗାଁରେ ଦୁଇ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଛି । ମନୋଜ ଜଣେ ଯୁବ ବ୍ୟବସାୟ ବୋଲି ଜଣାପଡିଛି ।