ଆଠଗଡ ବନଖଣ୍ଡ ବଡମ୍ୱା ବନାଂଚଳ ମହାନଦୀରେ କୁମ୍ଭୀର ଆତଙ୍କ : ଦୁଇ ଦିନ ଧରି ନଦୀରେ ବୁଲୁଛି କୁମ୍ଭୀର; ନଦୀ ପାଖରେ କେବଳ ପୋଷ୍ଟର ମାରି ଚୁପ୍ ବସିଛି ବନବିଭାଗ

196

କନକ ବ୍ୟୁରୋ : କଟକ ଜିଲ୍ଲା ଆଠଗଡ ବନଖଣ୍ଡର ବଡମ୍ୱା ବନାଂଚଳର ମହାନଦୀରେ କୁମ୍ଭୀର ଆତଙ୍କ । ଏହାକୁ ନେଇ ଗତ ୨ ଦିନ ଧରି ମହାନଦୀ କୂଳିଆ ଲୋକ ଆତଙ୍କରେ ଅଛନ୍ତି । ପ୍ରଥମେ ଭାପୁର ବ୍ଲକର କରଗର ଗାଁ ପାଖରେ କୁମ୍ଭୀରକୁ ଦେଖିବାକୁ ମିଳିଥିଲା । ଏହା ପରେ ଦୁଇ ଦିନ ଧରି କୁମ୍ଭୀର ମହାନଦୀରେ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକ ।

ବଡମ୍ୱା ବନବିଭାଗ ପକ୍ଷରୁ କେବଳ ନଦୀ କୁଳିଆ ଅଂଚଳରେ ପୋଷ୍ଟର ମାରି ଚୁପ୍ ବସିଛି । ମହାନଦୀ କୂଳିଆ ଅଂଚଳ ଗୋପିନାଥପୁର, ତୁଣପୁର, ମୁଗଗହୀର, ତେଲେଣିଆ ପରି ଗାଁରେ କୁମ୍ଭୀରକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ କୁମ୍ଭୀରକୁ ଯଦି କେହି ଧରି ବନବିଭାଗକୁ ହସ୍ତାନ୍ତର କରିବେ, ତାଙ୍କୁ ପୁରସ୍କାର ଦିଆଯିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି ।