ଦାୟିିତ୍ୱ ତୁଳାଉଥିବା ବେଳେ ଚାଲିଗଲା ଜୀବନ: ବାପାଙ୍କ ମୃତ୍ୟୁ ପରେ ପୁଅର ଦାବି, ମୋ ବାପା ବି କରୋନା ଯୋଦ୍ଧା; ରେଲୱେ କର୍ମଚାରୀଙ୍କ ମୃତ୍ୟୁ ପରେ କଟକରେ ଉଠିଲା ଦାବି

682

କନକ ବ୍ୟୁରୋ: ରେଲୱ କର୍ମଚାରୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନା ଅନୁସାରେ ମହାନଦୀ ବିହାର ଅଂଚଳର ଜଣେ ବ୍ୟକ୍ତି ରେଲୱେରେ ଟିଟି ଭାବେ କାମ କରୁଥିଲେ । କରୋନାକୁ ଖାତିର ନକରି ବ୍ୟକ୍ତି ଜଣକ ନିଜ ଦାୟତ୍ୱ ତୁଳାଉଥିଲେ । ଆଉ କାର୍ଯ୍ୟରତ ଥିବା ସମୟରେ ତାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ମୃତ ବ୍ୟକ୍ତିଙ୍କ ପୁଅ, ବାପାଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି । ସୂଚନା ଅନୁସାରେ ମୃତ ବ୍ୟକ୍ତିଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ପରିବାର ଲୋକ ସୂଚନା ଦେଇଛନ୍ତି ।

ସେପଟେ ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଉମରକୋର୍ଟ ମ୍ୟୁନିସିପାଲ୍ଟି ଏବଂ ଉମରକୋଟ୍ ବ୍ଲକକୁ ସଡ୍ଡାଉନ୍ ଘୋଷଣା କରିଛି ପ୍ରଶାସନ । ଗତକାଲି ମଧ୍ୟ ରାତ୍ରୀରୁ ଆରମ୍ଭ ହୋଇଥିବା ଆରମ୍ଭ ହୋଇଥିବା ଏହି କଟକଣା ୨୯ ତାରିଖ ସକାଳ ୭ଟା ଯାଏଁ ବଳବତର ରହିବ । ତେବେ ଏହି କଟକଣା ସମୟରେ ଅତ୍ୟାବଶ୍ୟକ ସେବା ଯେମିତି କି ମେଡ଼ିକାଲ,ଆମ୍ବଲାନ୍ସ, ଔଷଧ ଦୋକାନ ଆଦି ଖୋଲା ରହିବ । ସେହିପରି ଜରୁରୀକାଳିନ ସେବା, ପେଟ୍ରୋଲ ପମ୍ପ, ଜଳ ଯୋଗାଣ ଏବଂ ଅଗ୍ନିଶମ ସେବା ଉପଲବ୍ଧ ରହିବ ।-