ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସମ୍ପୁର୍ଣ୍ଣ ସଟଡାଉନ୍ ହେଲା କଟକ । ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ଯାଏଁ ଜାରି ହେଲା କର୍ଫ୍ୟୁ । ଘରୁ ଗୋଡ କାଢିବା ମନା, ସଂପୂର୍ଣ୍ଣ ବନ୍ଦ ରହିବ ଦୋକାନ ବଜାର
ଭଦ୍ରକ ସହର ଏବଂ ଭୁବନେଶ୍ୱର ପରେ ସମ୍ପୁର୍ଣ୍ଣ ସଟଡାଉନରେ କଟକ ସାମିଲ୍
କନକ ବ୍ୟୁରୋ: ଭୁବନେଶ୍ୱର, ଭଦ୍ରକ ଟାଉନ ପରେ ଏବେ କଟକ ସହର ସଟଡାଉନ ଘୋଷଣା । ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଯାଇଛି । କଟକରେ ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମଧ୍ୟ ସପୂର୍ଣ୍ଣ ସଟଡାଉନ୍ କରାଯାଇଛି । କରୋନା ଚେନକୁ ଭାଙ୍ଗିବା ପାଇଁ ୪୮ ଘଂଟିଆ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଭୁବନେଶ୍ୱର ଓ ଭଦ୍ରକରେ ସର୍ଟ-ଡାଉନ୍ ଘୋଷଣା ହୋଇଥିବାବେଳେ କଟକରେ ୬ଷ୍ଠ ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକରେ ବି ୪୮ ଘଂଟିଆ ସଟ୍-ଡାଉନ୍ ବା କର୍ଫ୍ୟୁ ଘୋଷଣା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
In view of the fact that one resident of Cuttack has been found positive for Covid -19 Cuttack city is being included under Shut down for 48 hours from 8 PM from today till 8 PM of Sunday . We will use the time for aggressive contact tracing . Details will be released soon .
— ChiefSecyOdisha (@SecyChief) April 3, 2020
ଆଜି ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର କଟକରେ ବୋଲି ସୂଚନା ମିଳିଛି ଏବଂ ସେ ନିକଟରେ ଦିଲ୍ଲୀ ଯାଇଥିଲେ। ଏନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
6th COVID positive case of the State detected in Cuttack with recent travel history to Delhi.
— H & FW Dept Odisha (@HFWOdisha) April 3, 2020
ଏପଟେ, ଭୁବନେଶ୍ୱର ଓ ଭଦ୍ରକରେ ଆଜି ସଂଧ୍ୟା ୮ଟାରୁ ୪୮ ଘଂଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ ବୋଲି କହିଛନ୍ତି ସରକାର । ଅର୍ଥାତ୍ ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ଯାଏଁ ଲାଗି ରହିବ କର୍ଫ୍ୟୁ । ଏହି ସମୟରେ କେହି ଘରୁ ଗୋଡ କାଢି ପାରିବେ ନାହିଁ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏଇ ୪୮ ଘଂଟା ଭିତରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯିବ । ସ୍ଥାନୀୟ ଅଂଚଳର ପ୍ରଶାସିନକ ଅଧିକାରୀଙ୍କ ନିର୍ଦେଶ କ୍ରମେ ଖୁବ୍ କମ୍ ଔଷଧ ଦୋକାନ ଖୋଲା ରହିବ । ତେବେ ଜାତୀୟ ରାଜପଥ ଉପରେ ମାଲବାହୀ ଗାଡି ଚଳାଚଳରେ କୌଣସି କଟକଣା ରହିବ ନାହିଁ । ଏହାସହ ଏହି ସମୟରେ ଲକଡାଉନରେ ମିଳିଥିବା କୌଣସି ପାସ୍ କାମ କରିବ ନାହିଁ ବୋଲି ପୁଲିସ ଡିଜି ଅଭୟ କହିଛନ୍ତି।