ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଷ ଉପଚାର ପୂଜା : ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା କଟକଚଣ୍ଡୀ

68

କନକ ବ୍ୟୁରୋ : ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଅନ୍ୟ ପୀଠ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ମାଆଙ୍କର ବିଭିନ୍ନ ବେଶ କରାଯାଉଛି ।

ଆଜି ମଙ୍ଗଳବାର ମାଆ ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଉଥିବା ବେଳେ ସଂଧ୍ୟାରେ ସିଦେ୍ଧଶ୍ୱରୀ ବେଶରେ ଦର୍ଶନ ଦେବେ । ଦଶହରା ପର୍ଯ୍ୟନ୍ତ ମାଆ କଟକ ଚଣ୍ଡୀ ୧୬ଟି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ । ମୂଳାଷ୍ଟମୀରୁ ମାଆଙ୍କର ପୂଜା ଓ ବେଶ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ମାଆ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ।