ବୋଷ କଲେଜରେ ଛାତ୍ର ଅଶାନ୍ତି : ୩ ପଜିଟିଭ ଚିହ୍ନଟ ପରେ ବି କଲେଜ କର୍ତୃପକ୍ଷ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ

ଏପଟେ ଅନଲାଇନ ପରୀକ୍ଷା ଦାବିରେ ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ ଛାତ୍ରଙ୍କ ବିକ୍ଷୋଭ

384

କନକ ବ୍ୟୁରୋ : ଅନଲାଇନ ପରୀକ୍ଷା ଦାବିରେ ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଛାତ୍ରଙ୍କ ଆନ୍ଦୋଳନ । ସ୍କୁଲ ସାମ୍ନାରେ ଟାୟାର ଜାଳି ବିରୋଧ ପ୍ରଦର୍ଶନ କରିଛନ୍ତି ଛାତ୍ରମାନେ । ଅଫ ଲାଇନ ପରୀକ୍ଷା ନିଷ୍ପତିରୁ ଇଂଜିନିୟରିଂ ସ୍କୁଲ କର୍ତୃପକ୍ଷ ନ ଓହରିଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ବିକ୍ଷୋଭକାରୀ ।

ରାଜ୍ୟରେ ଲକଡାଉନ ପରେ କରୋନା ହାର କମିବା ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଥିଲା । ଏବେ ପୁଣି ସ୍କୁଲ କଲେଜରେ ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ଉମାଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲର ଛାତ୍ରମାନେ ଅନଲାଇନ ପରୀକ୍ଷା କରିବାକୁ ଦାବି କରିଆସୁଥିଲେ ।ହେଲେ ଶିକ୍ଷାନୁଷ୍ଠାନ ଅଧିକାରୀ ପିଲାଙ୍କ କଥାକୁ ଗ୍ରହଣ ନକରି ଅଫଲାଇନ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି । ଏହାକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଇଛି ।