କେନାଲରେ ଭାସିଯାଇ ନିଖୋଜ ଥିବା ଯୁବକ ଉଦ୍ଧାର : ଗତକାଲି ରାତିରେ ଗୋଡ ଖସିଯିବାରୁ କେନାଲରେ ଭାସି ଯାଇଥିଲେ

କେନାଲରେ ଭାସିଯାଇ ନିଖୋଜ ଥିବା ଯୁବକ ଉଦ୍ଧାର : ଗତକାଲି ରାତିରେ ଗୋଡ ଖସିଯିବାରୁ କେନାଲରେ ଭାସି ଯାଇଥିଲେ

କନକ ବ୍ୟୁରୋ : ଉଦ୍ଧାର ହେଲା କେନାଲରେ ଭାସିଯାଇଥିବା ଯୁବକଙ୍କ ମୃତଦେହ । କଟକ ଅନ୍ଦରପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ଅନ୍ଦରପୁର କେନାଲ ପାଖରେ ଯାଉଥିବା ବେଳେ ଯୁବକଙ୍କ ଗୋଡ ଖସିଯିବାରୁ ସେ କେନାଲରେ ପଡିଯାଇଥିଲେ ।

ଘଟଣା ସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କୁ ଉଦ୍ଧାର କରାଯାଇପାରିନଥିଲା । କେନାଲରେ ଅନାବନା ଗଛ ଭର୍ତ୍ତି ହୋଇରହିଥିବା ବେଳେ ଅନ୍ଧାର ହୋଇଥିବାରୁ ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ପୁଣି ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe