କନକ ବ୍ୟୁରୋ : ଉଦ୍ଧାର ହେଲା କେନାଲରେ ଭାସିଯାଇଥିବା ଯୁବକଙ୍କ ମୃତଦେହ । କଟକ ଅନ୍ଦରପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ଅନ୍ଦରପୁର କେନାଲ ପାଖରେ ଯାଉଥିବା ବେଳେ ଯୁବକଙ୍କ ଗୋଡ ଖସିଯିବାରୁ ସେ କେନାଲରେ ପଡିଯାଇଥିଲେ ।
ଘଟଣା ସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କୁ ଉଦ୍ଧାର କରାଯାଇପାରିନଥିଲା । କେନାଲରେ ଅନାବନା ଗଛ ଭର୍ତ୍ତି ହୋଇରହିଥିବା ବେଳେ ଅନ୍ଧାର ହୋଇଥିବାରୁ ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ପୁଣି ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Screen-Shot-2022-10-11-at-8.20.34-AM.png)