ଧୂଆଁରେ ତିନି ରଥ ତିଆରି କଲେ କଟକର ସ୍ମୋକ ଆର୍ଟିଷ୍ଟ ଦୀପକ ବିଶ୍ୱାଳ

93

କନକ ବ୍ୟୁରୋ : ଧୂଆଁରେ କାଳିଆର କଳା । ଧୂଆଁରେ ତିନି ରଥ ତିଆରି କରିଛନ୍ତି କଟକର ସ୍ମୋକ୍ ଆର୍ଟିଷ୍ଟ ଦୀପକ ବିଶ୍ୱାଳ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପୂର୍ବରୁ ଧୂଆଁରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ରଥ ତିଆରି କରିଛନ୍ତି । ଏହି କଳାକୃତି କରିବା ପାଇଁ ତାଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା । ଏଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ବର୍ଣ୍ଣନା କରାଯାଇଛି । ପୂର୍ବରୁ ଧୂଆଁରେ ଅନେକ କଳାକୃତି କରିଛନ୍ତି ଦୀପକ ବିଶ୍ୱାଳ । ପ୍ରତ୍ୟେକ ଆର୍ଟ ପାଇଁ ତାଙ୍କୁ ଦୀର୍ଘ ସମୟ ଲାଗିଥାଏ ବୋଲି କହିଛନ୍ତି ଦୀପକ ବିଶ୍ୱାଳ ।