କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ ଲାଗୁଛି ଲୋକଙ୍କ ଭିଡ

148

କନକ ବ୍ୟୁରୋ : କଟକରେ ଆଉ ଏକ ମିନି ବାଲିଯାତ୍ରା। ସଂନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ। ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବାରବାଟୀ ଶିଶିର ମେଳାରେ ଲୋକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି। କିଣାକିଣି ସାଙ୍ଗକୁ ଖାଦ୍ୟପେୟ ଏବଂ ସାଂସ୍କୁତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହୁଛି। ବାରବାଟୀ ଶିଶିର ମେଳା କମିଟି ପକ୍ଷରୁ ଆୟୋଜିତ ଏହି ମେଳାରେ ହସ୍ତତନ୍ତ ଠାରୁ ଆରମ୍ଭ କରି ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରୀ ହେଉଛି। ସେହିପରି ଦର୍ଶକଙ୍କ ମନୋରଞ୍ଜନ ପାଇଁ ସେଲ୍ଫି ପଏଣ୍ଟ, ଦୋଳି ଏବଂ ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି।

ସେପଟେ ଐତିହାସିକ ବାଲିଯାତ୍ରା ପରେ ଏହି ମେଳା ବ୍ୟବସାୟିଙ୍କ ପାଇଁ ଏକ ବଡ ସୁଯୋଗ ଆଣି ଦେଇଛି। ନିଜ ଉତ୍ପାଦିତ ସାମଗ୍ରୀକୁ ଏହି ମେଳାରେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ରୋଜଗାରର ଏକ ସୁଯୋଗ ସ୍ୃଷ୍ଟି କରିଛି । ପୁରୀର ପ୍ରସିଦ୍ଧ ଚାନ୍ଦୁଆ ଠାରୁ ଆରମ୍ଭ କରି କନ୍ଧମାଳ ହଳଦୀ ଏବଂ ବ୍ରହ୍ମପୁରର ପ୍ରସିଦ୍ଧ ଆଚାର ଷ୍ଟଲ ନିକଟରେ ଲୋକଙ୍କ ଭିଡ ଲାଗୁଛି । ସେହିପରି ନାଗପୁରର ବିରଳ ବ୍ଲାକ୍ କିସମିସ୍ ଷ୍ଟଲ ଓ ବିଭିନ୍ନ ପ୍ରକାର ଆକର୍ଷଣୀୟ ଟେଡି କିଣିବାକୁ ଗ୍ରାହକ ପସନ୍ଦ କରୁଛନ୍ତି ।

ଜମୁଛି ବାରବାଟୀ ଶିଶିର ମେଳା। ଶୀତୁଆ ସଂନ୍ଧ୍ୟାରେ ମନ ମୋହୁଛି ମନୋରମ ପରିବେଶ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ମେଳା ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।