କନକ ବ୍ୟୁରୋ: ଅଳ୍ପକେ ରହିଯାଇଛି ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ଗତମାସରେ ଦୋଷୀ ସାବ୍ୟସ୍ତ କରିଥିଲେ । ୩ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ୫୦ ହଜାର ଟଙ୍କାର ଜୋରିମାନା ଦେବାକୁ କହିଥିଲେ କୋର୍ଟ । ଦଣ୍ଡାଦେଶ ପରେ ମୋକିମଙ୍କ ବିଧାୟକ ପଦ ଉପରେ ଖଣ୍ଡା ଝୁଲୁଥିଲା । ଆଉ ଏହା ବିରୋଧରେ ମୋକିମ ହାଇକୋର୍ଟ ଯାଇଥିଲେ । ଗତ ୧୦ ତାରିଖରେ ହାଇକୋର୍ଟ ମାମଲାର ପ୍ରାଥମିକ ଶୁଣାଣି କରି ଜରିମାନା ଆଦାୟ ଉପରେ ରହିତାଦେଶ ଜାରି କରିଥିଲେ । ମହମ୍ମଦ ମୋକିମଙ୍କୁ ଜାମିନ ବି ଦେଇଥିଲେ କୋର୍ଟ । ବୁଧବାର ଏହାର ଶୁଣାଣି କରି ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଫଳରେ ଆଶ୍ୱସ୍ତ ହୋଇଛନ୍ତି କଟକ-ବାରବାଟୀ ବିଧାୟକ ।
୨୦୧୩ରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, କୌଣସି ରାଜନେତାଙ୍କୁ ୨ ବର୍ଷରୁ ଅଧିକ ଜେଲଦଣ୍ଡ ହେଲେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଯିବା ବ୍ୟବସ୍ଥା ରହିଛି । କିନ୍ତୁ ହାଇକୋର୍ଟଙ୍କ ରାୟ ପରେ ଖୁସି ଅଛନ୍ତି ମହମ୍ମଦ ମୋକିମ । ମୋକିମ କହିଛନ୍ତି,
-ସେ କୌଣସି ଦୁର୍ନୀତିରେ ଲିପ୍ତ ନଥିଲେ
-ରାଜନୀତିକୁ ଆସିବା ପରେ ଭିଜିଲାନ୍ସ କେଶ ଉଠିଛି
-ଲୋକଙ୍କ ସହ ରହିିଛନ୍ତି ଓ ଆଗକୁ ରହିବେ
୨୦୦୦ ମସିହାରେ ଋଣ ହାତେଇବା ପାଇଁ ମୋକିମଙ୍କ ମେଟ୍ରୋ ବିଲ୍ଡସ,ର୍ ଓଆରଏଚଡିସିକୁ ଜାଲ କାଗଜପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । ଆଉ ମାମଲାର ବିଚାର କରି ଭିଜିଲାନ୍ସ କୋର୍ଟ ଏଭଳି ଜେଲ ଦଣ୍ଡାଦେଶ ଦେଇଥିଲେ । ବର୍ତମାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଧାୟକ ପଦ ରଦ୍ଦ ଆଶଙ୍କା କରି ଯେଉଁମାନେ ରାଜନୈତିକ ଅଙ୍କ କଷୁଥିଲେ, ସେଥିରେ ବର୍ତମାନ ପାଇଁ ପୂର୍ଣ୍ଣଚ୍ଛେଦ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/mokkim.jpg)