କନକ ବ୍ୟୁରୋ : କଟକ ବାରବାଟୀ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି ଉଭୟ ବିଜେଡି ଓ ବିଜେପି । କୁହାଯାଉଛି, ଦୁଇ ପ୍ରମୁଖ ଦଳ ମଧ୍ୟରେ ଚାଲିଛି ଛକାପଞ୍ଝା । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ହରାଇ କଂଗ୍ରେସର ମହମ୍ମଦ ମୋକିମ ବିଧାୟକ ହୋଇଥିଲେ । ବିଜେପିର ପ୍ରାର୍ଥୀ ହୋଇଥିଲେ ସମୀର ଦେ । ମହମ୍ମଦ ମୋକିମଙ୍କୁ କଂଗ୍ରେସ ରିପିଟି କରିବା ଏକପ୍ରକାର ନିଶ୍ଚିତ । ତେବେ ୨୦୨୪ରେ ବିଜେଡି ଅଙ୍କ ବଦଳି ଯାଇଛି, ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପଠାଇ ସାରିଛି ଦଳ । ଆଜି ସେ ଦିଲ୍ଲୀରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି । ତେଣୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତା’ ଉପରେ ନଜର ରହିଛି । ଏହାରି ଭିତରେ ଅରିନ୍ଦମ ରୟ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।
କୁହାଯାଉଛି-ମେୟର ସୁବାସ ସିଂଙ୍କୁ କଟକ ବାରବାଟୀ ପାଇଁ ପ୍ରାର୍ଥୀ କରିପାରେ ବିଜେଡି । ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଚିରଞ୍ଜୀବ ବିଶ୍ୱାଳଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ଆଶୀର୍ବାଦ ବେହେରାଙ୍କ ପୁଅ ତଥା ଓସିଏ ସଂପାଦକ ସଂଜୟ ବେହେରାଙ୍କ ନାଁ ମଧ୍ୟ ଚର୍ଚ୍ଚା ପରିସରରେ ରହିଛି । ନୂଆ ଚେହେରା ଘୋଷଣା କରି ଚକମା ଦେଇପାରନ୍ତି ବିଜେଡି ସୁପ୍ରିମୋ
ସେହିପରି କଟକ ବାରବାଟୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ଚର୍ଚ୍ଚା ହେଉଛି ବିଜେଡିରୁ ଆସିଥିବା ଦୁଇ ଓଲିଉଡ ଅଭିନେତା ଅରିନ୍ଦମ ରୟ କିମ୍ବା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିପାରେ ଦଳ । ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
ତେବେ ଗୋଟିଏ କଥା ସ୍ପଷ୍ଟ ସେ କଟକ ବାରବାଟୀ ଆସନକୁ ବେଶ ଗୁରୁତ୍ୱ ଦେଉଛନ୍ତି ଉଭୟ ବିଜେପି ଓ ବିଜେଡି । ଫଳରେ ଏହି ଆସନ ଏବେ ରାଜନୀତିର କେନ୍ଦ୍ରବିନ୍ଦୁରେ ରହିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/04/30.jpg)