ଖୁବଶୀଘ୍ର କଟକ ବାରବାଟୀ ବିଧାୟକଙ୍କ ଉପରୁ ନିଲମ୍ବନ ହଟାଇପାରେ କଂଗ୍ରେସ । ପୁଣିଥରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବା ନେଇ ଆଶାବାଦୀ

157

କନକ ବ୍ୟୁରୋ : ମନ ମିଶିଲା, ଏବେ ନିଲମ୍ବନ ବି ହଟିବ । ଦଶହରା ପୂଜା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ବିଧାୟକ ମହମ୍ମଦ ମୋକିମ ମଂଚରେ ପାଖାପାଖି ଛିଡା ହେବା ପରେ କିଛି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ମୋକିମଙ୍କ ବୟାନ । କୁହାଯାଉଛି, ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ କଂଗ୍ରେସ ଖୁବଶୀଘ୍ର ନିଲମ୍ବନ ଆଦେଶ ହଟାଇପାରେ । ପୁଣିଥରେ ସେ ୨୦୨୪ ନିର୍ବାଚନରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବା ନେଇ ମହମ୍ମଦ ମୋକିମ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି । ନିକଟରେ ବିଭିନ୍ନ କାରଣ ଦର୍ଶାଇ କଂଗ୍ରେସ ମୋକିମ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଥିଲା ।