ମୂର୍ତ୍ତି ଉଚ୍ଚତା କଟକଣା ପାଇଁ ପ୍ରତିବାଦ: ଆସନ୍ତାକାଲି ବିଜେପିର ୧୨ ଘଂଟିଆ କଟକ ବନ୍ଦ ଡ଼ାକରା

200

କନକ ବ୍ୟୁରୋ: ମୂର୍ତ୍ତି ଉଚ୍ଚତା କଟକଣା ପ୍ରତିବାଦରେ ଆସନ୍ତାକାଲି ୧୨ ଘଂଟିଆ କଟକ ବନ୍ଦ । କଟକ ମହାନଗର ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ମାଲଗୋଦାମ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ବିଜେପି । ହାଇକୋର୍ଟଙ୍କୁ ବନ୍ଦ ପାଳନରେ ସାମିଲ ହେବାକୁ ନିବେଦନ କରାଯାଇଛି । ତେବେ ଜରୁରୀକାଳିନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି ।

ବନ୍ଦ ସମୟରେ ରାସ୍ତାରୋକ କରାଯିବ ନାହିଁ କି ପୋଡାଜଳା କରାଯିବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ମୂର୍ତି ଉଚ୍ଚତା ବୃଦ୍ଧି ପାଇଁ ପୂର୍ବରୁ ଦାବି କରିଥିଲା ବିଜେପି । ନିଷ୍ପତିର ପୁନଃବିଚାର କରାନଗଲେ ୧୩ତାରିଖରେ କଟକ ବନ୍ଦ ପାଇଁ ଚେତାବନୀ ଦେଇଥିଲା । କିନ୍ତୁ ସରକାର ପୂର୍ବ କଟକଣାକୁ ବଳବତର ରଖିଛନ୍ତି । ସରକାରଙ୍କ ନିଷ୍ପତି ପରେ ପୂର୍ବ ଆସନ୍ତାକାଲି ବନ୍ଦ ପାଳନ କରାବାକୁ ନିଷ୍ପତି ନେଇଛି ଭାରତୀୟ ଜନତା ପାର୍ଟି । ସରକାରଙ୍କ ନିଷ୍ପତିକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଉଛି ।