କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରକୁ ମିଳିବନି ଜାତୀୟ ମାନ୍ୟତା । ଏନେଇ ରାଜ୍ୟକୁ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ଜାତୀୟ ମାନ୍ୟତା ନମିଳିବା ନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ । ଜାତୀୟ ମାନ୍ୟତା ଦେବାକୁ ଆମର ଆବେଦନ ଜାରି ରହିବ ଏବଂ ଆଗାମୀ ସମୟରେ ସଂସଦରେ ଏହି ପ୍ରସଙ୍ଗ ଉଠିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସୁବାସ ସିଂ ।
ତେବେ ହଜାରେ ବର୍ଷର ସହର କଟକ ବାଲିଯାତ୍ରାର ସ୍ୱତନ୍ତ୍ରତା କାହିଁ କେଉଁ କାଳରୁ ରହି ଆସିଛି । ବାଲିଯାତ୍ରା ଖାଲି କଟକ ନୁହେଁ ସାରା ଓଡିଶାର ପରିଚୟ । ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ବାଲିଯାତ୍ରା । ଆଉ ଏପରି ସ୍ଥଳେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନମିଳିବା ଦୁର୍ଭାଗ୍ୟଜନକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/20-17.jpg)